Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ମାନସିକ ବିକୃତ ମହିଳା ଉଦ୍ଧାର; ଟ୍ରକ ଜବତ, ଡ୍ରାଇଭର ଗିରଫ

Posted on October 4, 2025

କେନ୍ଦୁଝର ଜିଲ୍ଲା ଝୁମ୍ପୁରାରୁ ପିଶାଚ ଅଭିଯୁକ୍ତକୁ ଗିରଫ କରିଛି ଭଦ୍ରକ ପୁଲିସ । ଉଦ୍ଧାର ହେଲେ ମାନସିକ ବିକୃତ ମହିଳା । କେନ୍ଦୁଝର ସଦର ପୁଲିସ ସହାୟତରେ ଅଭିଯୁକ୍ତ ଏମଡି ସୁଦାମ ହୁସେନ ଗିରଫ କରି ଶନିବାର ଭୋର ସମୟରେ ଭଦ୍ରକ ଫେରିଛି । ଟ୍ରକ୍‌କୁ ଜବତ ବି କରାଯାଇଛି । ସୂଚନାନୁସାରେ, ଚରମ୍ପା ଅଞ୍ଚଳରୁ ଅଭିଯୁକ୍ତ ଜଣକ ଜଣେ ମାନସିକ ବିକୃତ ମହିଳାଙ୍କୁ ଟେକି ନେଇ ବରପଦା ଗଣି ଜାଙ୍ଗ ଅଞ୍ଚଳରେ ଛାଡ଼ି ଦେଇଥିଲେ । ପରେ ପୁଲିସ ସମ୍ପୃକ୍ତ ମହିଳାଙ୍କୁ ରାନ୍ଦିଆ ନିକଟ ଅଞ୍ଚଳରୁ ଉଦ୍ଧାର କରିଛି ।

କହିରଖୁଛୁ ଯେ, ୧୬ ନମ୍ବର ଜାତୀୟ ରାଜପଥ ଭଦ୍ରକ ଚରମ୍ପା ରାସ୍ତାକଡ଼ରୁ ମଙ୍ଗଳବାର ବିଳମ୍ବିତ ରାତିରେ ଜଣେ ମାନସିକ ଅନଗ୍ରସର ମହିଳାଙ୍କୁ ଟ୍ରକ ଡ୍ରାଇଭର ଜଣକ ରାସ୍ତାକଡ଼ରୁ ଅପହରଣ କରି ଚମ୍ପଟ୍ ମାରିଥିଲା । ଦୁଷ୍କର୍ମ ପରେ ତାଙ୍କୁ ରାସ୍ତାରେ ଛାଡ଼ି ଚାଲିଯାଇଥିଲା । ଅପହରଣ ବେଳର ଦୃଶ୍ୟ ସିସିଟିଭିରେ କଏଦ୍ ହୋଇଥିଲା । ଏହି ଭିଜୁଆଲ ଭାଇରାଲ ପରେ ଭଦ୍ରକ ଏସ୍‌ପି ସ୍ୱତନ୍ତ୍ର ପୁଲିସ୍ ଟିମ୍ ଗଠନ କରି ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ଭଦ୍ରକ ଟାଉନ ଥାନା ଅଧିକାରୀ ପ୍ରଭାଂଶୁ ଶେଖର ମିଶ୍ର ଓ ପୁଲିସ ଟିମ୍ ତଦନ୍ତ ଆରମ୍ଭ କରିଥିଲେ । ବିଭିନ୍ନ ଟୋଲ ଗେଟ୍‌ରେ ଲାଗିଥିବା ସିସିଟିଭି ଫୁଟେଜ୍‌କୁ ଅନୁଧ୍ୟାନ କରିବା ପରେ ଶେଷରେ କେନ୍ଦୁଝରରେ ଅଭିଯୁକ୍ତ ସୁଦାମଙ୍କୁ ଧରିବାରେ ସଫଳ ହୋଇଥିଲେ । ଅଭିଯୁକ୍ତ ବିରୋଧରେ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ମଧ୍ୟ ବିଭିନ୍ନ ମହଲରୁ ଦାବି ହୋଇଛି । ସେପଟେ ଉଦ୍ଧାର ମହିଳାଙ୍କ ସ୍ୱାସ୍ଥ୍ୟବସ୍ଥା ନେଇ ମେଡିକାଲରେ ଯାଞ୍ଚ କରାଯାଉଛି ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ଲକ୍ଷ୍ମୀ ବସ୍ ଚଳାଚଳକୁ ଘରୋଇ ବସ୍ ମାଲିକ ସଂଘର  ବିରୋଧ
  •  
  • ଦୁଇ ଗୋଷ୍ଠୀ ମୁହାଁମୁହିଁ , ୬ ଗିରଫ
  • ୩୧ରେ ଛତିଶଗଡ଼ ଯିବ ମହାନଦୀ କମିଟି
  • ମିଳିଲା ୨.୨୧ ଲକ୍ଷ କିଲୋ ସୁନା,୪ ଭିନ୍ନ ଭିନ୍ନ ସ୍ଥାନରେ ସୁନା ଖଣି ଠାବ

Recent Comments

No comments to show.

Calender

January 2026
M T W T F S S
 1234
567891011
12131415161718
19202122232425
262728293031  
« Dec    

Categories

  • Uncategorized (104)
  • ଅପରାଧ (197)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (51)
  • ଦେଶ ବିଦେଶ (466)
  • ଭିଡିଓ (8)
  • ମନୋରଞ୍ଜନ (39)
  • ରାଜନୀତି (112)
  • ରାଜ୍ୟ (1,503)
  • ସ୍ପେଶାଲ୍ ରିପୋର୍ଟ (263)
©2026 JBR Samachar | Design: Newspaperly WordPress Theme