Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ମାଡି ଆସୁଛି ବାତ୍ୟା, ରେଡ୍‌ ଆଲର୍ଟରେ ତାମିଲନାଡୁ ସମେତ ୩ ରାଜ୍ୟ

Posted on November 30, 2025

ଶ୍ରୀଲଙ୍କାରେ ଧ୍ୱଂସର ତାଣ୍ଡବ ରଚିଛି ଘୂର୍ଣ୍ଣିଝଡ଼ ‘ଦିତୱା’ । ବାତ୍ୟାରେ ପଡୋଶୀ ଦେଶ ଶ୍ରୀଲଙ୍କାରେ ପ୍ରବଳ ବର୍ଷା-ବନ୍ୟା ଏବଂ ଭୂସ୍ଖଳନରେ ପ୍ରାୟ ୧୫୩ ଜଣଙ୍କର ମୃତ୍ୟୁ ହୋଇଛି । ୨୦୦ରୁ ଅଧିକ ନିଖୋଜ ଅଛନ୍ତି । ଏବେ ବାତ୍ୟା ‘ଦିତୱା’ ଭାରତ ମୁହାଁ ହୋଇଛି । ଦ୍ରୁତ ଗତିରେ ମାଡିଆସୁଛି ଦିତ୍ୱା । ଆଜି ତାମିଲନାଡୁ-ପୁଡୁଚେରୀ ଉପକୂଳ ଛୁଇଁବ । ଏହା ପ୍ରଭାବ ବି ଦେଖିବାକୁ ମିଳିଳାଣି । ତାମିଲନାଡୁରେ ପ୍ରବଳ ବର୍ଷା ହୋଇଛି । ୪୭ ବିମାନ ବାତିଲ ହୋଇଛି । ଟ୍ରେନ୍ କ୍ୟାନ୍ସେଲ ମଧ୍ୟ କରାଯାଇଛି । ଆଇଏମ୍‌ଡି ଚେତାବନୀ ପରେ ହାଇ ଆଲର୍ଟରେ ରହିଛନ୍ତି ଏନ୍‌ଡିଆରଏଫ-ଏସଡିଆରଏଫ ।

‘ଦିତୱା’ ପ୍ରଭାବରେ ତାମିଲନାଡୁ, ପୁଡୁଚେରୀର ଉପକୂଳବର୍ତ୍ତୀ ଅଞ୍ଚଳରେ ପ୍ରବଳ ବର୍ଷା ଆରମ୍ଭ ହୋଇଛି । ଘଣ୍ଟା ପ୍ରତି ୪୦-୬୦ କିମି ବେଗରେ ପବନ ମଧ୍ୟ ହେଉଛି । ଆଉ କିଛି ଘଣ୍ଟା ପରେ ଏହା ଉପକୂଳ ଛୁଇଁବା ସମ୍ଭାବନା ରହିଛି । ତାମିଲନାଡୁରେ ପ୍ରବଳ ବର୍ଷା କାରଣରୁ ୪୭ଟି ବିମାନ ଉଡ଼ାଣ ରଦ୍ଦ ହୋଇଛି । ରାଜ୍ୟର ନାଗାପଟ୍ଟିନମ୍‌ରେ ମୂଷଳଧାରାରେ ବର୍ଷା ହେବା ଯୋଗୁ ଅନେକ ଅଞ୍ଚଳ ପାଣିରେ ବୁଡି଼ରହିଛି । ରାମେଶ୍ୱରମ୍‌ର କିଛି ଆବାସିକ ଅଞ୍ଚଳରେ ୨ ଫୁଟ ଯାଏ ପାଣି ଜମା ହୋଇ ରହିଛି । ଏଥିସହ ସମୁଦ୍ରରେ ଉଚ୍ଚ ଲହରି ଉଠୁଛି । ତେଣୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ନ ଯିବାକୁ ସତର୍କତା ଜାରି ହୋଇଛି । ଅନ୍ୟପଟେ ରାମେଶ୍ୱରମ୍‌ ଅଭିମୁଖେ ଯିବା-ଆସିବା କରିବାକୁ ଥିବା ଅନେକ ଟ୍ରେନ୍‌ ରଦ୍ଦ ହୋଇଛି । କିଛି ଟ୍ରେନ୍‌ର ରୁଟ୍‌ ବଦଳାଯାଇଛି ।

ପୁଡୁଚେରୀରେ ଦିତୱା ଲାଗି ରେଡ୍‌ ଆଲର୍ଟ ଜାରି ହୋଇଛି । ପୁଡୁଚେରୀ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ଆଜି ଛୁଟି ଘୋଷଣା ସହ ସମସ୍ତ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି । ସେହିପରି ପୁଡୁଚେରୀ, କରାଇକଲ୍‌, ମାହେ ଏବଂ ୟନମ୍‌ରେ ସମସ୍ତ ସ୍କୁଲ ଓ କଲେଜ ସୋମବାର ଯାଏ ବନ୍ଦ ରହିବ । ଭାରତୀୟ ପାଣିପାଗ ବିଭାଗ ଅନୁସାରେ, ଝଡ଼ ଦିତୱା ରବିବାର ଭୋର୍‌ରୁ ତାମିଲନାଡୁ- ପୁଡୁଚେରୀ ଉପକୂଳରେ ପହଞ୍ଚିବ । ଏହାର ପ୍ରଭାବରେ ପ୍ରବଳ ବର୍ଷା ଜାରି ରହିବ । ଏପରିକି ତାମିଲନାଡୁ, ପୁଡୁଚେରୀ, ଆନ୍ଧ୍ରପ୍ରଦେଶରେ ବନ୍ୟା ହୋଇପାରେ । ପାହାଡି଼ଆ ଅଞ୍ଚଳରେ ଭୂସ୍ଖଳନର ବିପଦ ରହିଛି । ଏଥିସହ ଘଣ୍ଟାପ୍ରତି ୭୦-୯୦ କିମି ବେଗରେ ପବନ ହୋଇପାରେ ।

​​​​​​​ଝଡ଼ ଦିତୱାକୁ ଦୃଷ୍ଟିରେ ରଖି ତାମିଲନାଡୁର ବିଲ୍ଲୁପୁରମ୍‌, ଚେଙ୍ଗଲପଟ୍ଟୁ, ତିରୁବଲ୍ଲୁର, ନାଗପଟ୍ଟିନମ୍‌, ତାଞ୍ଜାବୁର ସମେତ ସମ୍ବେଦନଶୀଳ ଉପକୂଳବର୍ତ୍ତୀ ଜିଲ୍ଲାରେ ଏନଡିଆରଏଫ୍‌ର ୧୪ ଟିମ୍‌ ମୁତୟନ କରାଯାଇଛି । ସେହିପରି ଆନ୍ଧ୍ରପ୍ରଦେଶରେ ଦିତୱା ପ୍ରଭାବରେ ନଭେମ୍ବର ୩୦ରୁ ଡିସେମ୍ବର ୩ ଯାଏ ୪ ଦିନ ଧରି କିଛି ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme