Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ମାଘ ସପ୍ତମୀ ବୁଡ଼, ସୁରକ୍ଷା ବ୍ୟବସ୍ଥା ଅନୁଧ୍ୟାନ କଲେ ଜିଲ୍ଲାପାଳ

Posted on January 23, 2026

ରବିବାର ଚନ୍ଦ୍ରଭାଗା ତୀର୍ଥରେ ପବିତ୍ର ମାଘ ସପ୍ତମୀ ବୁଡ଼ । ପୂର୍ବ ରାତିରୁ ଚନ୍ଦ୍ରଭାଗା ମେଳା ପଡ଼ିଆକୁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହେବ । ଏଥର ୩ ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ ବୁଡ଼ ପକାଇବା ଅନୁମାନ କରାଯାଉଛି । ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯିବା ପାଇଁ ନିଷ୍ପତ୍ତି ହୋଇଛି । ଶୁକ୍ରବାର ପୂର୍ବାହ୍ନରେ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଚନ୍ଦ୍ରଭାଗା ଓ ନବଗ୍ରହ ପୀଠରେ ପହଞ୍ଚି ସୁରକ୍ଷା ବ୍ୟବସ୍ଥା ଅନୁଧ୍ୟାନ କରିଥିଲେ । ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ।

ଚନ୍ଦ୍ରଭାଗା ତୀର୍ଥକୁ ଭୁବନେଶ୍ୱର, ପୁରୀ ଓ କାକଟପୁରରୁ ଆସୁଥିବା ଯାନବାହାନ ନିୟନ୍ତ୍ରଣ, ବାଇକ, କାର୍ ଓ ବସ୍ ପାର୍କିଂ, ଚନ୍ଦ୍ରଭାଗା ତୀର୍ଥ ପୁଷ୍କରିଣୀରେ ବ୍ୟାରିକେଡ୍ ବ୍ୟବସ୍ଥା, ଟ୍ରାଫିକ ବ୍ୟବସ୍ଥା, ତୀର୍ଥ ପୁଷ୍କରିଣୀରେ ୭ଟି ପ୍ରବେଶ ଓ ପ୍ରସ୍ଥାନ ପଥରେ ଶ୍ରଦ୍ଧାଳୁମାନେ ଶାନ୍ତି ଶୃଙ୍ଖଳା ସହିତ ବୁଡ଼ ପକାଇବା ବ୍ୟବସ୍ଥା, ମେଳା ପଡ଼ିଆ ଓ ବେଳାଭୂମିରେ ଶ୍ରଦ୍ଧାଳୁଙ୍କ ସୁରକ୍ଷା ଆଦି ବ୍ୟବସ୍ଥା ସମ୍ପର୍କରେ ଆଲୋଚନା ହୋଇଥିଲା । ପୁରୀରୁ ଆସୁଥିବା ଯାନବାହାନ ରାମଚଣ୍ଡୀ ଛକରେ ପାର୍କିଂ କରିବ । ଭୁବନେଶ୍ୱରରରୁ ଆସୁଥିବା ଯାନବାହାନ ଆଇଓସିଏଲ ବସ ପାର୍କିଂ ଓ ହେଲିପ୍ୟାଡରେ ପାର୍କିଂ କରିବ । ଷଷ୍ଠୀ ରାତି ଓ ସପ୍ତମୀ ସକାଳ ପର୍ଯ୍ୟନ୍ତ ମାଜିଷ୍ଟ୍ରେଟଙ୍କ ଗାଡ଼ି, ଆମ୍ବୁଲାନ୍ସ, ପୁଲିସ, ଅଗ୍ନିଶମ ଗାଡ଼ି ପ୍ରତି କଟକଣା ଲାଗୁ ହେବ ନାହିଁ ।

ଗଣମାଧ୍ୟମ ଗାଡ଼ି ଚନ୍ଦ୍ରଭାଗା ମୁଖ୍ୟ ପାର୍କିଂସ୍ଥଳରେ ପାର୍କିଂ କରିବ । ଅନ୍ୟମାନଙ୍କ ମଧ୍ୟରେ ଉପଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ପର୍ଯ୍ୟଟନ ସହ ନିର୍ଦ୍ଦେଶକ, ବିଡିଓ, କୋଣାର୍କ ଏନଏସି ଅଧ୍ୟକ୍ଷା, କୋଣାର୍କ ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ, କୋଣାର୍କ ପର୍ଯ୍ୟଟନ ଅଧିକାରୀ, ନିମାପଡ଼ା ଏସଡିପିଓ, କୋଣାର୍କ, ଚନ୍ଦ୍ରଭାଗା ମେରାଇନ ଓ ରାମଚଣ୍ଡୀ ଥାନା ଆଇଆଇସି ପ୍ରମୁଖ ଅଧିକାରୀ ଉପସ୍ଥିତ ଥିଲେ ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme