ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର । ବରଗଡ଼ ସହର ହାଟପଦା ଉମା ଟକିଜ୍ ନିକଟରେ ମୃତଦେହ ଠାବ ହୋଇଛି । ହତ୍ୟା କି ଆତ୍ମହତ୍ୟା ଜଣାପଡିନାହିଁ। ମୃତକ ହେଲେ ଦ୍ରୌପଦୀ ମହାପାତ୍ର ।
ମହିଳା ଜଣକ ଘରେ ଏକୁଟିଆ ରହୁଥିଲେ । ଘରେ ଏକ ହିଟର୍ ଜଳୁଥିବା ଦେଖିବାକୁ ମିଳିଛି । ତେବେ ମହିଳାଙ୍କ ମୃତ୍ୟୁ କିପରି ହୋଇଛି ସ୍ପଷ୍ଟ ହୋଇନି । ଘଟଣାସ୍ଥଳରେ ପହଂଚି ତଦନ୍ତ କରୁଛି ବରଗଡ଼ ଟାଉନ ଥାନା ପୋଲିସ ।
