Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ମହିଳାଙ୍କ ପାଇଁ ସୁରକ୍ଷିତ ବେଙ୍ଗାଲୁରୁ, ଜାଣନ୍ତୁ କେତେ ନମ୍ବରରେ ଭୁବନେଶ୍ୱର

Posted on January 9, 2026

 

ମହିଳାଙ୍କ ପାଇଁ ଦେଶର ସବୁଠୁ ସୁରକ୍ଷିତ ସହର ତାଲିକାରେ ବେଙ୍ଗାଲୁରୁ ଶୀର୍ଷରେ ରହିଛି । ଏହା ତଳକୁ ଚେନ୍ନାଇ, ପୁନେ ଏବଂ ହାଇଦ୍ରାବାଦ ତାଲିକାରେ ସ୍ଥାନିତ ହୋଇଛି । ୱାର୍କ ପ୍ଲେସ୍ କଲ୍ଚର କନ୍‌ସଲ୍ଟିଂ ଫାର୍ମ ଅବତାର ଗ୍ରୁପ୍ ରିପୋର୍ଟ ‘ଟପ୍ ସିଟିଜ୍ ଫର୍ ୱିମେନ ଇନ୍ ଇଣ୍ଡିଆ’ର ଚତୁର୍ଥ ସଂସ୍କରଣରେ ଏହି ତଥ୍ୟ ପ୍ରକାଶ ପାଇଛି । ରିପୋର୍ଟରେ ଦେଶର ୧୨୫ ସହରକୁ ମହିଳାଙ୍କ ଭାଗିଦାରୀ, ସୁରକ୍ଷା, କ୍ୟାରିୟର ଅଭିବୃଦ୍ଧି, ଜୀବନ ବଞ୍ଚିବାର ଗୁଣବତ୍ତା ଆଧାରରେ ର୍ୟାଙ୍କ୍ ଦିଆଯାଇଛି । ବେଙ୍ଗାଲୁରୁ ସର୍ବାଧିକ ୫୩.୨୯ ସ୍କୋର କରି ତାଲିକାର ଶୀର୍ଷରେ ରହିଛି ।

ବେଙ୍ଗାଲୁରୁ ତଳକୁ ଦ୍ୱିତୀୟରେ ଥିବା ଚେନ୍ନାଇର ସ୍କୋର ୪୯.୮୬ ରହିଛି । ମହିଳାଙ୍କ ସୁରକ୍ଷା, ସାର୍ବଜନୀନ ସେବା, ପରିବହନ, ସ୍ୱାସ୍ଥ୍ୟ, ଶିକ୍ଷା ଭଳି ସାମାଜିକ କାରକରେ ଚେନ୍ନାଇ ଆଗରେ ରହିଛି । ଶୀର୍ଷ ୧୦ରେ ମୁମ୍ବାଇ, ଗୁରୁଗ୍ରାମ, କୋଲକାତା, ଅହମ୍ମଦାବାଦ, ଥିରୁଅନନ୍ତପୁରମ, କୋଏମ୍ବାଟୁର ରହିଛି । ପୁନେକୁ ୪୬.୨୭ ସ୍କୋର ମିଳିଥିବାବେଳେ ହାଇଦ୍ରାବାଦକୁ ୪୬.୦୪ ଏବଂ ମୁମ୍ବାଇକୁ ୪୪.୪୯ ସ୍କୋର ମିଳିଛି । ଗୁରୁଗ୍ରାମ ୨୦୨୪ ତୁଳନାରେ ଭଲ ପ୍ରଦର୍ଶନ କରିଛି । ଦିଲ୍ଲୀ, ଗୁରୁଗ୍ରାମ ଏବଂ ନୋଏଡା ଶିଳ୍ପ ମାମଲାରେ ଆଗରେ ରହିଥିଲେ ହେଁ ସୁରକ୍ଷା, ପରିବହନ, ଦରଦାମ ଦୃଷ୍ଟିରୁ ପଛୁଆ ଅଛି । ତିରୁଅନନ୍ତପୁରମ, ଶିମଲା ଏବଂ ତିରୁଚିରାପଲ୍ଲୀ ସାମାଜିକ ସମାବେଶ ଦୃଷ୍ଟିରୁ ଉନ୍ନତ ରହିଛି । କିନ୍ତୁ ରୋଜଗାର ସୁଯୋଗ ଏଠାରେ କମ୍ ।

ମୁମ୍ବାଇରେ ଚାକିରି, ଶିଳ୍ପ ମଜଭୁତ ଥିଲେ ହେଁ ଜୀବନଯାପନ ଲାଗି ଅତ୍ୟଧିକ ଖର୍ଚ୍ଚ ଏବଂ ଭିତ୍ତିଭୂମି ବଡ଼ ଚ୍ୟାଲେଞ୍ଜ । ୨୦୨୫ର ର୍ୟାଙ୍କିଙ୍ଗ ଟାୟର-୨ ସହରଗୁଡ଼ିକରେ ଭାଗିଦାରୀ ବଢ଼ିଛି । ଏହା ମହିଳା ଅନୁକୂଳ ସହର କେବଳ ମେଟ୍ରୋ ସହର ପର୍ଯ୍ୟନ୍ତ ସୀମିତ ନ ଥିବା ଦର୍ଶାଉଛି । ଦକ୍ଷିଣ ଭାରତ ସବୁଠୁ ଅଧିକ ସମାବେଶୀ କ୍ଷେତ୍ର ଭାବେ ଉଭା ହୋଇଛି । ଏଠାରେ ହାରାହାରି ସିଆଇଏସ୍ ୨୧.୬୦, ଏସ୍ଆଇଏସ୍ ୨୭.୮୧ ଏବଂ ଆଇଆଇଏସ୍ ୧୧.୬୧ ରହିଛି । ପଶ୍ଚିମ ଭାରତ ଦ୍ୱିତୀୟ ସ୍ଥାନରେ ରହିଛି ଯେଉଁଠି ସବୁଠୁ ଅଧିକ ହାରାହାରି ଆଇଆଇଏସ୍ ୧୨.୦୧ ରେକର୍ଡ କରାଯାଇଛି । ମଧ୍ୟ ଏବଂ ପୂର୍ବ ଭାରତ ସୋସିଆଲ ଏବଂ ଇଣ୍ଡଷ୍ଟ୍ରିଆଲ୍ ଇନ୍‌କ୍ଲୁଜନରେ ପଛରେ ରହିଛି ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme