Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ମହିମା ପୀଠରେ ୧୫୨ ବର୍ଷ ଧରି ପାଳିତ ହେଉଅଛି ମାଘ ମେଳା। ଭୀମ ଭୋଇଙ୍କ ଭଜନ କୀର୍ତନରେ କମ୍ପିଲା କାମାକ୍ଷାନଗର ।

Posted on January 27, 2026

କାମାକ୍ଷାନଗର ମଢି ମହିମି ମଠରେ ମାଘ ସପ୍ତମୀ ମହା ଆଡ଼ମ୍ବରରେ ପାଳିତ ହୋଇଛି।୧୮୭୪ ମସିହା ଠାରୁ ଏହି ପୀଠରେ ନିରବଛିନ୍ନ ଭାବେ ମାଘମାସ ଶୁକ୍ଳପକ୍ଷ ସପ୍ତମୀ ତିଥିରେ ମାଘ ସପ୍ତମୀ ପାଳିତ ହେଉଛି। ଏହାକୁ ବାର୍ଷିକ ଉତ୍ସବ ଭାବେ ପାଳନ କରିଥାନ୍ତି କାମାକ୍ଷାନଗର ବାସି। ସପ୍ତମୀ ଓ ଅଷ୍ଟମୀ ଦୁଇଦିନ ଧରି ଏହି ପର୍ବ ପାଳନ ହେଉଥିବାବେଳ ସପ୍ତମୀ ଦିନ ବଡି ଭୋର ସମୟରୁ ଅମଣିଆ ବାଲ୍ୟଲିଳା ବିତରଣ ହୋଇଥାଏ । ଏବଂ ଦିନସାରା ସନ୍ଥ କବି ଭୀମ ଭୋଇଙ୍କ ଭଜନ କୀର୍ତ୍ତନ ସହ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା । ଏବଂ ସନ୍ଧ୍ୟା ୫.୧୫ ସମୟରେ ଜୀବ ଜଗତର ମଙ୍ଗଳ ଉଦ୍ଦେଶ୍ୟରେ ୧୧ ଶାଖା ବିଶିଷ୍ଠ ଝାଡ ଦିପ ପ୍ରଜ୍ବଳନ ସହ ବ୍ରହ୍ମଧ୍ବନି ସ୍ଥାପନ କରି ଘୃତାହୁତି ଦିଆ ଯାଇଥିଲା। ବିଶ୍ବର ମଙ୍ଗଳ ଉଦ୍ଦେଶ୍ୟରେ ମହିମା ଧର୍ମର ସାଧୁ ସନ୍ଥ ମାନେ ମହିମା ଗୋସାଇଁଙ୍କ ପୂଜାର୍ଚ୍ଚନା ସହ ନୀତିକ୍ରାନ୍ତିକୁ ଅନୁପାଳନ କରିଥାନ୍ତି। ଏବଂ ଅଷ୍ଟମି ଦିନ ହରିହାଟ ସହ ନଗର କୀର୍ତ୍ତନରେ ପ୍ରକମ୍ପିତ ହୋଇଥାଏ ଗଗନ ପବନ। ଆଖ ପାଖ ଅଂଚଳରୁ ହଜାର ହଜାର ସଂଖ୍ୟକ ଭକ୍ତ ଓ ଶ୍ରଦ୍ଧାଳୁ ମାଘ ସପ୍ତମୀର ଏହି ପର୍ବକୁ ବେଶ ଉପଭୋଗ କରିଥାନ୍ତି।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme