Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ମହମ୍ମଦ ମୋକିମଙ୍କୁ ଦଳରୁ ବହିଷ୍କାର ପରେ କଂଗ୍ରେସରେ ବୟାନ ବାଜି ଆରମ୍ଭ 

Posted on December 15, 2025

ମହମ୍ମଦ ମୋକିମଙ୍କୁ ଦଳରୁ ବହିଷ୍କାର ପରେ କଂଗ୍ରେସରେ ବୟାନ ବାଜି ଆରମ୍ଭ ହୋଇଯାଇଛି । ଗୋଟିଏ ପକ୍ଷ ତାଙ୍କ ସପକ୍ଷରେ କହୁଥିବା ବେଳେ ଅନ୍ୟ ଏକ ପକ୍ଷ ମୋକିମଙ୍କୁ ବିରୋଧ କରିଛନ୍ତି । ରାଜ୍ୟ କଂଗ୍ରେସ ମିଡିଆ ସେଲ୍ ଅଧ୍ୟକ୍ଷ ଅରବିନ୍ଦ ଦାସ ସାମ୍ବାଦିକ ସମ୍ମିଳନୀ କରି କଟକ-ବାରବାଟୀର ଏହି ବରିଷ୍ଠ ନେତାଙ୍କୁ ଟାର୍ଗେଟ୍ କରିଛନ୍ତି । ଅରବିନ୍ଦ କହିଛନ୍ତି, ମୋକିମଙ୍କ ବିବାଦ ଝିଅର ଭବିଷ୍ୟତକୁ ନଷ୍ଟ କରୁଛି । ମହମ୍ମଦ ମୋକିମଙ୍କ ଚିଠି ବିଜେପି ସୃଷ୍ଟ ବ୍ୟାଖ୍ୟାନ ସଦୃଶ । ପିସିସି ସଭାପତି ଭକ୍ତ ଚରଣ ଦାସ ବିଭୀଷଣ ପ୍ରସଂଗରେ ତାଙ୍କୁ କେବେ ବି ଆକ୍ଷେପ କରିନଥିଲେ । ମାତ୍ର ମହମ୍ମଦ ମୋକିମ୍ ସଙ୍ଗେ ସଙ୍ଗେ ଶୃଙ୍ଖଳା କମିଟିକୁ ଚିଠି ଲେଖି ଗଣମାଧ୍ୟମକୁ ଦେଇ ଦେଲେ ।

ଭୋଟ୍ ଚୋରି ପ୍ରସଂଗରେ ସାରା ଦେଶରେ କଂଗ୍ରେସ, ରାହୁଲ ଗାନ୍ଧୀ ଓ AICC ଅଧ୍ୟକ୍ଷ ମଲ୍ଲିକର୍ଜୁନ ଖଡ଼ଗେଙ୍କ ନେତୃତ୍ୱରେ ଦିଲ୍ଲୀ ରାମଲୀଲା ମୈଦାନରେ ସମାବେଶ କରୁଛି । ହେଲେ ଏହି ସମାବେଶର 6 ଦିନ ପୂର୍ବରୁ ସୋନିଆ ଗାନ୍ଧିଙ୍କୁ ସେ ଆଉ ଏକ ଚିଠି ଲେଖିଲେ । ଏହାର 48 ଘଣ୍ଟା ଭିତରେ ଗଣମାଧ୍ୟମକୁ ଚିଠି ଦେଇ ଦେଲେ । ଏହା ଦଳକୁ ଗଢିବା ପାଇଁ ନା ବିଗାଡିବା ପାଇଁ ତାଙ୍କ ଅଭିପ୍ରାୟରୁ ସ୍ପଷ୍ଟ ଭାବେ ଜଣାପଡୁଛି । ଚାଷୀ ଆନ୍ଦୋଳନ, ଶିକ୍ଷକ ଆନ୍ଦୋଳନ ସମୟରେ ମୋକିମଙ୍କ ଚିଠି ଗଣମାଧ୍ୟମରେ ମୁଖ୍ୟ ପ୍ରସଙ୍ଗ ପାଲଟିଲା । ରାହୁଲଙ୍କୁ ମୋକିମ ଚିଠିରେ ଅଯୋଗ୍ୟ ବୋଲି କହିଛନ୍ତି । ଯେତେବେଳେ କଂଗ୍ରେସ ଦଳ ଉପରକୁ ଉଠୁଛି ସେତେବେଳେ ମୋକିମ୍ ବିଜେପି ବ୍ୟାଖ୍ୟାନ କରୁଛନ୍ତି । କଂଗ୍ରେସ ପାର୍ଟି ମୋକିମକୁ ବିଧାୟକ କରିଛି ଏବଂ ତାଙ୍କ ଝିଅ ମଧ୍ୟ ଏବେ ବିଧାୟକ ଅଛନ୍ତି । ହେଲେ କଂଗ୍ରେସ ଲିଡରସିପ୍ କୁ ସମାଲୋଚନା କରିବା କେତେ ଦୂର ଠିକ୍ ତାହାର ଜବାବ ମୋକିମ ଦେବେ କି ।  

ଦଳରେ ରହି ଶୀର୍ଷ ନେତୃତ୍ୱଙ୍କୁ ଏଭଳି ଟାହି ଟାପରା କରିବା ବହିଷ୍କାର ନିଷ୍ପତିକୁ ଡାକିବା ଭଳି । ଭକ୍ତ ଦାସ ଥିବା ପର୍ଯ୍ୟନ୍ତ ପିସିସି ସଭାପତି ହେବା ସମ୍ଭବ ନୁହେଁ ବୋଲି ମୋକିମ୍ ବୋଧେ ଜାଣି ସାରିଥିଲେ । ତେଣୁ ଏଭଳି ଶୀର୍ଷ ନେତୃତ୍ବକୁ ଟାର୍ଗେଟ୍ କରୁଛନ୍ତି ବୋଲି ଅରବିନ୍ଦ ଦାସ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । 

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme