Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ମହଙ୍ଗା ପଡ଼ିଲା ଥାନାରେ ହାତାହାତି, ଥାନାଧିକାରୀଙ୍କ ସମେତ ଏଏସ୍‌ଆଇଙ୍କୁ ବଦଳି

Posted on December 5, 2025

ଯାଜପୁର ଜିଲ୍ଲା ଅଳକୁଣ୍ଡ ଥାନାରେ ଥାନାଧିକାରୀ ଓ ଏଏସ୍ଆଇଙ୍କ ମଧ୍ୟରେ ହାତାହାତି ଘଟଣାର ଭିଡିଓ ଭାଇରାଲ ପରେ ଦୁଇ ଅଧିକାରୀଙ୍କୁ ଜିଲ୍ଲା ପୁଲିସ ମୁଖ୍ୟାଳୟକୁ ବଦଳି କରାଯାଇଛି । ଏସ୍‌ପି ୟଶପ୍ରତାପ ଶ୍ରୀମାଲ ପତ୍ର ସଂଖ୍ୟା ୨୫୯୭/୪.୧୨.୨୫ରେ ଥାନାଧିକାରୀ ଇନ୍ସପେକ୍ଟର ଦେବାଶିଷଳ ଶତପଥୀ ଓ ଏଏସ୍ଆଇ ପ୍ରକାଶ କୁମାର ସିଂଙ୍କୁ ତୁରନ୍ତ ମୁଖ୍ୟାଳୟରେ ଯୋଗ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ବିଞ୍ଝାରପୁର ଥାନାଧିକାରୀ ରଂଜନ କୁମାର ମଲ୍ଲିକଙ୍କୁ ଅଳକୁଣ୍ଡ ଥାନା ଅଧିକାରୀଭାବେ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି । ଏହି ଘଟଣାରେ ଏସ୍‌ଡିପିଓ ପ୍ରଶାନ୍ତ କୁମାର ମାଝି ତଦନ୍ତ କରୁଥିଲା ବେଳେ ଏହାର ସବିଶେଷ ତଥ୍ୟ ଗୁରୁବାର ସନ୍ଧ୍ୟାରେ ପ୍ରଦାନ କରିବା ପରେ ଦୁଇ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସ୍‌ପି ଶ୍ରୀମାଲ ସୂଚନା ଦେଇଛନ୍ତି ।

ବଡ଼ଚଣା ଥାନା ନଛିପୁର ଅଞ୍ଚଳର ଜଣେ ପୁରୁଷ ଓ ଅଳକୁଣ୍ଡ ଥାନା ଅଞ୍ଚଳର ଜଣେ ମହିଳାଙ୍କ ମଧ୍ୟରେ ବିବାଦ ହୋଇଥିଲା । ମହିଳାଙ୍କ ଅଭିଯୋଗ କ୍ରମେ ଅଳକୁଣ୍ଡ ଥାନାରେ କେସ ନଂ ୧୩୩/୨୫ ଓ ଭାରତୀୟ ନ୍ୟାୟ ସଂହିତାର ଧାରା ୪୯୮ରେ ଏକ ମାମଲା ରୁଜୁ ହୋଇଥିଲା । ଏହି ମାମଲାର ତଦନ୍ତଭାର ଏଏସ୍ଆଇ ଶ୍ରୀ ସିଂ ଏହି କେସର ଚାର୍ଜସିଟ୍ କରିଥିଲେ । ମଙ୍ଗଳବାର ଉକ୍ତ ମହିଳା ଓ ତାଙ୍କ ମା’ ଆଇଆଇସିଙ୍କୁ ଭେଟିଥିଲେ ।

ଏହା ପରେ ଆଇଆଇସି ଶ୍ରୀ ଶତପଥୀ ଶ୍ରୀ ସିଂଙ୍କୁ ଡାକି ମାମଲାର ଚାର୍ଜସିଟ୍ ସଂପର୍କରେ ଆଲୋଚନା ବେଳେ ଉଭୟଙ୍କ ମଧ୍ୟରେ କୌଣସି କାରଣକୁ ନେଇ ଯୁକ୍ତିତର୍କ ହୋଇଥିଲା । ଏଥିରେ ଉତ୍ତ୍ୟକ୍ତ ହୋଇ ଥାନାଧିକାରୀ ଶ୍ରୀ ଶତପଥୀ ଏଏସ୍ଆଇ ଶ୍ରୀ ସିଂଙ୍କୁ ମାଡ଼ ମାରିଥିଲେ । ଏହି ଘଟଣା ସିସିଟିଭିରେ କଏଦ୍ ହୋଇଥିଲା । ଘଟଣାକୁ ନେଇ ଏଏସ୍ଆଇ ଶ୍ରୀ ସିଂ ଏସ୍‌ଡିପିଓଙ୍କ ନିକଟରେ ଅଭିଯୋଗ କରିବା ପରେ ଏସ୍‌ଡିପିଓ ଶ୍ରୀ ମାଝୀ ଥାନାରେ ପହଞ୍ଚି ସିସିଟିଭି ଯାଞ୍ଚ କରିବା ସହ ଦୁଇ ଅଧିକାରୀଙ୍କୁ ପଚରାଉଚୁରା କରିଥିଲେ । ଦୁଇ ଅଧିକାରୀଙ୍କୁ ଜିଲ୍ଲା ମୁଖ୍ୟାଳୟକୁ ବଦଳି କରାଯାଇଛି ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme