
ରାଉରକେଲା: ବିଭିନ୍ନ ସ୍ଥାନରେ ଜୁଆ ଖେଳୁଥିବାବେଳେ ସେକ୍ଟର-୧୫ ପୁଲିସ ୭ ଜଣ ଅଭିଯୁକ୍ତଙ୍କୁ କାବୁ କରିନେଇଛି। ଅଭିଯୁକ୍ତମାନେ ହେଉଛନ୍ତି କୈଳାଶ ରାଓ, ଅରୁଣ ନାୟକ, ଲେପା ଭାଗୱାର, ସୁନୀଳ ସେଠୀ, ରନ୍ଥୁଚିକ ବାରିକ, ସୁଦୀପ କଂସାରୀ ଓ ନବୀନ କଂସାରୀ। ସେମାନଙ୍କ ପାଖରୁ ୩୨,୨୫୦ ଟଙ୍କା ଓ ତାସ୍ ଜବତ ହୋଇଛି। ପୁଲିସ ସୂଚନା ଅନୁସାରେ, ମଙ୍ଗଳବାର ରାତି ପ୍ରାୟ ଦେଢଟାରେ ଅଭିଯୁକ୍ତମାନେ ଲୁଆକେରା, ସେକ୍ଟର-୧୬ ଜଗନ୍ନାଥପାଲି, ତୁମକେଲା ଆଦି ଅଞ୍ଚଳରେ ଜୁଆ ଖେଳୁଥିଲେ। ସେକ୍ଟର-୧୫ ପୁଲିସ ପର୍ଯ୍ୟାକ୍ରମେ ସେଠାରେ ଚଢଉକରି ସମସ୍ତଙ୍କୁ ବାନ୍ଧିଥିଲେ। ଅଭିଯୁକ୍ତମାନଙ୍କୁ ନୋଟିସ ଦେଇ ଛାଡ଼ିଦିଆଯାଇଛି।
