
ମଧୁମେହ ରୋଗୀ ଖାଦ୍ୟରେ ଶର୍କରାକୁ ନିୟନ୍ତ୍ରିତ କରୁଥିବା ଖାଦ୍ୟକୁ ଗୁରୁତ୍ୱଦେବା ଆବଶ୍ୟକ । ନଚେତ୍ ରକ୍ତରେ ବାରମ୍ବାର ଶର୍କରା ବଢିବା ଓ କମିବାଦ୍ୱାରା ଶରୀରର କୌଣସି ଅଙ୍ଗକୁ ପ୍ରଭାବିତ କରିପାରେ । ତେଣୁ ମଧୁମେହ ରୋଗୀଙ୍କୁ ଖାଦ୍ୟରେ ନିୟନ୍ତ୍ରଣ ରଖିବା ଜରୁରି ହୋଇପଡେ । ଶର୍କରା ସ୍ତରକୁ ନିୟନ୍ତ୍ରିତ ରଖିବା ପାଇଁ ସକାଳ ଜଳଖିଆକୁ ଗୁରୁତ୍ୱ ଦେବା ଜରୁରି ।
ଉଭୟ ପ୍ରୋଟିନରେ ଭରା । ମଧୁମେହ ରୋଗୀଙ୍କ ପାଇଁ ଟୋଫୁ ଏକ ସୁସ୍ଥ ବିକଳ୍ପ । କାରଣ ଏହା ଗଛରୁ ମିଳିବା ସହ କୋଲେଷ୍ଟରଲ୍ ରହିତ ହୋଇଥାଏ । କାରଣ ମଧୁମେହ ରୋଗୀ କୋଲୋଷ୍ଟରଲ୍ ନିୟନ୍ତ୍ରିତ ରଖିବା ସହ ସାଚ୍ୟୁରେଟେଡ୍ ଫ୍ୟାଟ ଖାଇବା ଉଚିତ୍ । ସେଥିପାଇଁ ଟୋଫୁ ସବୁଠାରୁ ଭଲ ବିକଳ୍ପ । ଏହା ବ୍ୟତୀତ ପନିରରେ କାର୍ବୋହାଇଡ୍ରେଟ୍ କମ୍ ଓ ପ୍ରୋଟିନ୍ ଅଧିକ ରହିଥାଏ । କିନ୍ତୁ ଏଥିରେ ଫ୍ୟାଟ୍ ଓ କୋଲେଷ୍ଟରଲର ମାତ୍ରା ଅଧିକ ରହୁଥିବାରୁ ଚିନ୍ତା ବଢାଇଥାଏ । ମଧୁମେହ ରୋଗୀଠାରେ ହୃଦ୍ରୋଗର ଆଶଙ୍କା ଅଧିକ । ତେଣୁ କୋଲେଷ୍ଟରଲ୍କୁ ନିୟନ୍ତ୍ରଣରେ ରଖିବା ପାଇଁ ଅଧିକ ପନିର ଖାଇବାଠାରୁ ଦୂରେଇ ରହିବା ଉଚିତ୍ ।
ଡାଏଟିସିଆନଙ୍କ ମତରେ ଟୋଫୁ ହୃଦୟକୁ ସୁସ୍ଥ ରଖିବା ସହ ଓଜନ ନିୟନ୍ତ୍ରଣ ରଖିଥାଏ, ଯାହା ମଧୁମେହ ରୋଗୀଙ୍କ ପାଇଁ ଜରୁରି । କେବଳ ସେତିକି ନୁହେଁ ଟାଇପ୍-୨ ମଧୁମେହ ରୋଗୀଙ୍କ ପରିସ୍ରାରେ ପ୍ରୋଟିନର ମାତ୍ରାକୁ କମ କରିଥାଏ । ଫଳରେ କିଡ୍ନୀ ସୁସ୍ଥ ରହିଥାଏ ।
ଡାଏଟିସିଆନ୍ ଅନୁସାରେ କଞ୍ଚା ପନିର ମଧୁମେହ ରୋଗୀଙ୍କ ପାଇଁ ଆଦୌ ଖରାପ ନୁହେଁ । କିନ୍ତୁ କମ୍ ମାତ୍ରାରେ ଖାଇବା ଉଚିତ୍ । କଞ୍ଚା ପନିରକୁ ଯଥାସମ୍ଭବ ତେଲ ମସଲାଠାରୁ ଦୂରେଇ ରଖିବା ସହ ହାଲକା ସୈନ୍ଧବ ଲୁଣ ଓ ଡାଳଚିନି ଗୁଣ୍ଡ ମିଶାଇ ଖାଇପାରିବେ ।
ମଧୁମେହ ରୋଗୀ ଟୋଫୁକୁ ବିଭିନ୍ନ ଉପାୟରେ ଖାଇପାରିବେ । ଯେପରିକିଟୋଫୁ ଛଣା, ସିଝାଇପାରିବେ ଓ ଗ୍ରୀଲ୍ କରି ଖାଇପାରିବେ । ଯଥାସମ୍ଭବକମ୍ ପ୍ରୋସେସଡ୍ ଟୋଫୁ ଖାଇବା ଭଲ । ଏହାକୁ ଷ୍ଟାର୍ଚରହିତ ପରିବା ସହଖାଇବା ଉଚିତ୍ । ମିଠା ଚଟଣୀ ପରିବର୍ତ୍ତେ ହର୍ବାଲ୍ ସସ୍ ସହ ଖାଇପାରିବେ ।
