Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ମଣିଷ ପାଇଁ ସତର୍କର ଘଣ୍ଟି, ବିଶ୍ଵକୁ ସୁଖାଇ ଦେବ ଏଆଇ

Posted on December 25, 2025

ଏଆଇ ଆମ ଜୀବନର ଏକ ଅଙ୍ଗ ହୋଇଛି । କିନ୍ତୁ ଯେଉଁ ଏଆଇକୁ ଆମେ ସ୍ମାର୍ଟ, ଦ୍ରୁତ ଓ ଭବିଷ୍ୟତ ବୋଲି କହୁଛୁ, ତାହା ଚୁପ୍‌ଚାପ୍ ପୃଥିବୀର ସବୁ ପାଣି ଶୋଷିଦେଉଛି । ଯାହା ପରେ ଏବେ ସତର୍କ ଘଣ୍ଟି ବାଜିବା ଆରମ୍ଭ ହୋଇଛି । ଏଆଇକୁ କେମିତି ରୋକାଯିବ ଏବଂ ଏହାର ବିକଳ୍ପ କ’ଣ, ତାକୁ ନେଇ ନିରନ୍ତର ବିତର୍କ ଚାଲିଛି । ନିକଟରେ ଏକ ଅଧ୍ୟୟନରୁ ଜଣାପଡ଼ିଛି, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ସିଷ୍ଟମ୍‌ର ପାଣି ଖର୍ଚ୍ଚ ସମଗ୍ର ବିଶ୍ୱରେ ବର୍ଷକୁ ଯେତିକି ବୋତଲ ପାଣି ଖର୍ଚ୍ଚ ହେଉଛି, ତା’ଠୁ ମଧ୍ୟ ଅଧିକ । ଏହା ପଛରେ ରହିଛି ବଡ଼ ବଡ଼ ଡାଟା ସେଣ୍ଟର । ଡାଟା ସେଣ୍ଟରରେ ଦିନ-ରାତି ହଜାର ହଜାର ସର୍ଭର୍ ଚାଲୁଛି । ଏହି ସର୍ଭର୍ କାମ କରିବାବେଳେ ଉତ୍ତପ୍ତ ହୁଅନ୍ତି ଏବଂ ଉତ୍ତାପ ନିୟନ୍ତ୍ରଣ ଲାଗି ପାଣି ବ୍ୟବହୃତ ହୁଏ । ଏହି ପାଣି ପ୍ରକୃତରେ ଏଆଇର ଅସଲ ଇନ୍ଧନ । ସାଧାରଣ ୟୁଜର୍ ଏ ବିଷୟରେ କେବେ ଜାଣନ୍ତି ନାହିଁ । 

ଅଧ୍ୟୟନ ଅନୁସାରେ, ୨୦୨୫ ଶେଷ ସୁଦ୍ଧା ଏଆଇ ସହ ଜଡ଼ିତ ସିଷ୍ଟମ୍ ୩୦୦ରୁ ୭୦୦ ଅରବ ଲିଟର ପର୍ଯ୍ୟନ୍ତ ପାଣି ଖର୍ଚ୍ଚ କରିପାରନ୍ତି । ଯଦି ତୁଳନା କରାଯାଏ, ଏହି ମାତ୍ରା ସାରା ବିଶ୍ୱରେ ବିକ୍ରି ହେଉଥିବା ବୋତଲ ପାଣିଠୁ ମଧ୍ୟ ଅଧିକ । ଅର୍ଥାତ୍, ଯେଉଁ ପାଣିକୁ ଲୋକେ କିଣି ପିଉଛନ୍ତି, ତା’ଠୁ ଅଧିକ ପାଣି ଏଆଇ ମେସିନଡ଼ିକ ଚୁପ୍‌ଚାପ୍ ପିଇଯାଉଛନ୍ତି । ମାମଲା କେବଳ ପାଣିରେ ସୀମିତ ନୁହେଁ । ଏହି ଡାଟା ସେଣ୍ଟରଗୁଡ଼ିକୁ ଚଳାଇବା ପାଇଁ ପ୍ରଚୁର ବିଜୁଳି ମଧ୍ୟ ଆବଶ୍ୟକ । ଏହାର ଅର୍ଥ ଅତ୍ୟଧିକ ଅଙ୍ଗାରକ ନିର୍ଗମନ । ଅନୁମାନ ଯେ, ଆଗାମୀ ଦିନରେ ଏଆଇ ଦ୍ୱାରା ସୃଷ୍ଟ ଅଙ୍ଗାରକ ଅନେକ ବଡ଼ ସହରର ବାର୍ଷିକ ପ୍ରଦୂଷଣ ସହ ସମାନ ହୋଇପାରେ । କିନ୍ତୁ, ଏ ବିଷୟରେ କେବେ ଖୋଲା ଆଲୋଚନା ହୁଏନାହିଁ, କାରଣ ଅଧିକାଂଶ ବଡ଼ ବଡ଼ ଟେକ୍ କମ୍ପାନି ନିଜ ଡାଟା ସେଣ୍ଟରଗୁଡ଼ିକର ଅସଲ ପାଣି ଓ ବିଜୁଳି ଖର୍ଚ୍ଚ ସାର୍ବଜନୀନ କରୁନାହାନ୍ତି । କୋଟି କୋଟି ଲୋକ ପ୍ରତ୍ୟହ ଏଆଇ ଟୁଲ୍ସର ଉପଯୋଗ କଲେ, ପାଣିର ଖର୍ଚ୍ଚ ଅରବ ଲିଟରରେ ପହଞ୍ଚିଯାଉଛି । ସେଥିପାଇଁ ବିଶେଷଜ୍ଞମାନେ ଏବେ ଚେତାବନୀ ଦେଉଛନ୍ତି ଯେ, ଯଦି କୌଣସି ଯୋଜନା ବିନା ଏଆଇର ଏହି ବେଗ ଜାରିରହିବ, ତେବେ ଜଳାଭାବ ଆହୁରି ଘନେଇବ । 

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme