Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ମଝି ରାସ୍ତାରେ ଜଳିଗଲା କାର୍, ଅଳ୍ପକେ ବର୍ତ୍ତିଲେ ଚାଳକ

Posted on February 13, 2026

ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ଷୋହଳ ନମ୍ବର ଜାତୀୟ ରାଜପଥର ସଙ୍କାରିଢିଅ ଫ୍ଲାଏ ଓଭର ବ୍ରିଜ ଉପରେ ଦୁର୍ଘଟଣା । ଏକ ଚଳନ୍ତା କାରରେ ନିଆଁ ଲାଗିଯାଇଛି । ତେବେ ଚାଳକଙ୍କ ଉପସ୍ଥିତି ବୁଦ୍ଧି ଯୋଗୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ।

ମିଳିଥିବା ସୂଚନା ଅନୁସାରେ ଓଡି୧୭ପି ୯୬୨୪ ପେଟ୍ରୋଲ କାରଟି କୁଆଖିଆରୁ କଟକ ଅଭିମୁଖେ ଯାଉଥିବା ବେଳେ ଗାଡ଼ିର ସମ୍ମୁଖ ଭାଗରୁ ଧୂଆଁ ବାହାରିଥିଲା । ଏହାପରେ ହଠାତ୍ ଚାଳକ ଗାଡ଼ିଟିକୁ ରଖି ଦୂରକୁ ଦୌଡି ଚାଲିଯାଇ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଖବର ପାଇ କୁଆଖିଆ ରସୁଲପୂର ଅଗ୍ନିଶମ ବାହିନୀ ଅନ୍ୟ ଏକ ସ୍ଥାନରୁ ଫେରୁଥିବା ବେଳେ ଖବର ପାଇ ଯଥା ଶୀଘ୍ର ପହଞ୍ଚି ଥିଲେ। ଯାହା ଫଳରେ ନିଆଁ ସମ୍ପୂର୍ଣ ଭାବେ ଲାଗିବା ପୂର୍ବରୁ ନିଆଁକୁ ଆୟତ କରିବାରେ ସଫଳ ହୋଇଥିଲେ । ଗାଡ଼ିରେ ଚାଳକ ଏକା ରହିଥିବା ବେଳେ କାହାର କୌଣସି କ୍ଷତି ହୋଇ ନାହିଁ ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme