Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ମକା ଖାଇବା ପରେ ତୁରନ୍ତ ପାଣି ପିଉଛନ୍ତି କି?

Posted on November 20, 2025

ଘରର ବୟସ୍କ ଲୋକମାନେ ମକା ଖାଇବା ପରେ ପାଣି ପିଇବାକୁ ମନା କରିଥାନ୍ତି । ବର୍ଷାଦିନ ପୂର୍ବରୁ ବଜାରରେ ଉପଲବ୍ଧ ହୋଇଥାଏ ମକା । ପୋଡା ବା ସିଝା ମକାରେ ଲେମ୍ବୁ ରସ ଓ ଲୁଣ ଦେଇ ଖାଇବାର ମଜା ହିଁ ନିଆରା । ଏହା ଯେତିକି ସ୍ୱାଦିଷ୍ଟ, ସେତିକି ପୁଷ୍ଟକର ମଧ୍ୟ । ମକାରେ ଭିଟାମିନ୍‌-ସି, ଭିଟାମିନ୍‌-ବି ୧୨, କ୍ୟାଲସିୟମ୍‌ ଓ ଫାଇବର ପରି ପୋଷକତତ୍ତ୍ୱରେ ଭରା ମକା । କିନ୍ତୁ ଆପଣ ଜାଣନ୍ତି କି କାହିଁକି ମକା ଖାଇବା ପରେ ପାଣି ପିଇବାକୁ ମନା କରାଯାଏ?

ବିଶେଷଜ୍ଞଙ୍କ ମତରେ ମକା ଖାଇବା ପରେ ତୁରନ୍ତ ପାଣି ପିଇବା ଦ୍ୱାରା ପେଟରେ ସମସ୍ୟା ଉପୁଜିପାରେ । କାରଣ ପାଚନ ତନ୍ତ୍ର ଧୀମା ହୋଇଯାଏ । ମକାରେ କମ୍ପେ୍ଲକ୍ସ କାର୍ବୋ ଓ ଷ୍ଟାର୍ଚ୍ଚ ରହିଥାଏ । ସେଥିପାଇଁ ମକା ଖାଇବା ପରେ ତୁରନ୍ତ ପାଣି ପିଇବା ଦ୍ୱାରା ପେଟରେ ଯନ୍ତ୍ରଣା ହୋଇଥାଏ । ସେହିପରି ପେଟରେ ଗ୍ୟାସ୍‌, ବ୍ଲୋଟିଙ୍ଗ ଏବଂ କବ୍ଚ ପରି ସମସ୍ୟା ସୃଷ୍ଟି ହୋଇପାରେ । ଫଳରେ ଅସହଜ ପରିସ୍ଥିତି ଉପୁଜିଥାଏ । ଏସବୁ ସମସ୍ୟାଠାରୁ ଦୂରେଇ ରହିବା ପାଇଁ ମକା ଖାଇବାର ୪୫ ମିନିଟ୍‌ ପରେ ପାଣି ପିଇବା ଉଚିତ୍‌ ।

ମକା ଖାଇବା ସମୟରେ କେତୋଟି ବିଶେଷ ଦିଗ ପ୍ରତି ଧ୍ୟାନ ଦେବା ଉଚିତ୍‌ । ମକା ବିଶେଷତଃ ବର୍ଷା ଆସିବା ପୂର୍ବରୁ ବଜାରକୁ ଆସିଥାଏ । କିନ୍ତୁ ଏହି ସମୟରେ ଆମ ଶରୀର ଖୁବ୍‌ ସମ୍ବେଦନଶୀଳ ହୋଇଥାଏ । ତେଣୁ ବଜାରରେ ମିଳୁଥିବା ସିଝା ବା ପୋଡା ମକା ଖାଇବା ସମୟରେ କେବଳ ଗରମ ଥିବା ସମୟରେ ଏହାକୁ ଖାଇବା ଉଚିତ୍‌ । କାରଣ ଏହା ଅଧିକ ସମୟ ରହିବା ପରେ ଏଥିରେ ହାନିକାରକ ବ୍ୟାକ୍ଟେରିଆ ସୃଷ୍ଟି ହୋଇଥାଇପାରନ୍ତି । ତେଣୁ ପାଚନତନ୍ତ୍ରରେ ସମସ୍ୟା ଆସିବା ସ୍ୱାଭାବିକ୍‌ ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme