Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଭୋକ ମେଣ୍ଟାଉଛି ବାଘ ମାଂସ

Posted on October 11, 2025

ଉତ୍ତର କୋରିଆରେ ଯଦି ଆପଣଙ୍କ ଖାଦ୍ୟ ଥାଳିରେ ବାଘ ମାଂସ ପରସାଯାଏ, ତେବେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ । କାରଣ ଏଠାରେ ଲୋକେ ଏବେ ବାଘ, ଭାଲୁ ଓ ଓଧ ଭଳି ଜନ୍ତୁଙ୍କୁ ଭୋଜନ ପାଇଁ ଶିକାର କରୁଛନ୍ତି । ସଉକ ଭାବେ ଏମାନଙ୍କର ଶିକାର କରାଯାଉଛି ବୋଲି ଯଦି ଭାବୁଛନ୍ତି, ତାହା ଆଦୌ ନୁହେଁ । ଯେଉଁ ଜନ୍ତୁଙ୍କ ମାଂସ ଖାଇବାଯୋଗ୍ୟ ନୁହେଁ, ଲୋକେ ବାଧ୍ୟହୋଇ ସେମାନଙ୍କୁ ମାରି ଖାଉଛନ୍ତି ।

ଉତ୍ତର କୋରିଆବାସୀ କ୍ଷୁଧାର ଜ୍ୱାଳା ସହିପାରୁନାହାନ୍ତି । ସେଥିପାଇଁ ବାଘ ଓ ଭାଲୁ ଭଳି ଜନ୍ତୁଙ୍କୁ ରାନ୍ଧି ଖାଉଛନ୍ତି । ଏଠାରେ ଲୋକେ ଅନେକ ବର୍ଷ ହେଲା ଦୁର୍ଭିକ୍ଷ ସହ ସଂଘର୍ଷ କରୁଛନ୍ତି । ଉତ୍ତର କୋରିଆ ସୁପ୍ରିମୋ କିମ୍‌ ଜଙ୍ଗ-ଉନ୍‌ ବିଳାସପୂର୍ଣ୍ଣ ଜୀବନ ନିର୍ବାହ କରୁଛନ୍ତି । କିନ୍ତୁ ଦେଶବାସୀଙ୍କୁ ଭୋକରେ ରଖିଛନ୍ତି, ଯେଉଁଥିପାଇଁ ସେ ସର୍ବଦା ଲୋକଙ୍କ ଆକ୍ରୋଶର ଶିକାର ହେଉଛନ୍ତି । ଏଠାରେ ରାଜ୍ୟ ବ୍ୟବସ୍ଥା ଧ୍ୱସ୍ତ ହୋଇସାରିଛି । ଖାଦ୍ୟ ସଙ୍କଟ ଚରମରେ ପହଞ୍ଚିଛି । ଏହି ସ୍ଥିତିରେ ବିଲୁପ୍ତିର ଦ୍ୱାରରେ ଥିବା ଦୁର୍ଲଭ ଜନ୍ତୁଙ୍କ ଶିକାର କରିବାକୁ ମଧ୍ୟ ଲୋକେ ପଛାଉ ନାହାନ୍ତି । ଦେଶରୁ ବାହାରିଥିବା ୪୨ ଜଣଙ୍କ ସହ ଆଲୋଚନା ପରେ ଏହି ଚିତ୍ର ସାମ୍ନାକୁ ଆସିଛି । ଏମାନେ ସାହସ ଜୁଟାଇ ଏକଛତ୍ରବାଦ ଶାସନାଧୀନ ନିଜ ଦେଶର ଜୀବନସ୍ତର ବିଷୟରେ ଗଣମାଧ୍ୟମକୁ କହିଛନ୍ତି । ୟୁନିଭର୍ସିଟି କଲେଜ ଲଣ୍ଡନର ଜୋଶୁଆ ଏଲ୍‌ଭେସ-ପାୱେଲ ଗଣମାଧ୍ୟମକୁ କହିଛନ୍ତି, ଶୁଣିବାକୁ ଅଜବ ଲାଗିପାରେ । କିନ୍ତୁ ଉତ୍ତର କୋରିଆରେ ଖିଆ ଯାଉନଥିବା ସମସ୍ତ ଛୋଟ-ବଡ଼ ଜନ୍ତୁଙ୍କର ଶିକାର କରାଯାଉଛି । ଦେଶରେ ବିତରଣ ପ୍ରଣାଳୀ ଧ୍ୱସ୍ତ ହେବା ପରେ ଜନ୍ତୁଙ୍କର ବ୍ୟାପକ ଶିକାର ଆରମ୍ଭ ହୋଇଛି । ଏଥିରେ ସର୍ବାଧିକ ବାଘ ଶିକାର କରାଯାଉଛି, ତାହା ପୁଣି କେବଳ ଭୋଜନ ପାଇଁ ।

୧୯୯୦ ଦଶକ ପରେ ପ୍ରଥମ ଥର ଦୁର୍ଭିକ୍ଷ ଯୋଗୁ ଉତ୍ତର କୋରିଆବାସୀ ଦ୍ୱିପ୍ରହର ଭୋଜନ ନ ପାଇଁ ଭୋକରେ ରହୁଛନ୍ତି । ଏଠାରେ ଭୋକରେ ଥିବା ସ୍ଥାନୀୟ ଲୋକଙ୍କ ପାଇଁ ଦୁର୍ଲଭ ପ୍ରଜାତି ଯଥା- ସାଇବେରିଆ ବାଘ, ଅମୂର ଚିତାବାଘ ଓ ସେବଲ ଆଦି (ଏକ ପ୍ରକାର ନେଉଳ) ଖାଦ୍ୟ ପାଲଟିଛନ୍ତି । ରାତ୍ରିଭୋଜନରେ ପରସା ଯାଉଥିବା ଅନ୍ୟ ଜନ୍ତୁଙ୍କ ମଧ୍ୟରେ ଭାଲୁ, ଓଧ, ହରିଣ ଓ ଲମ୍ବା ଲାଞ୍ଜଯୁକ୍ତ ଗୋରଲ (ଛେଳି ଭଳି ଜନ୍ତୁ) ସାମିଲ । ଏପରିକି କୋକିଶିଆଳି, ବେଜର ମଧ୍ୟ ଏମାନଙ୍କ ଭୋଜନରେ ସାମିଲ ହୋଇଛନ୍ତି ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ଟ୍ରକ୍ ସହ ଧକ୍କା ହେଲା ସ୍କୁଟି, ଦୁଇ ମହିଳା ଆହତ
  • ହାତୀ ଛୁଆକୁ ନେଉନି ମାଆ, ମଣିଷ ଛୁଇଁଥିବା ଭାବି ଦଳକୁ ଫେରିପାରୁନି ହାତୀ ଛୁଆ
  • ଅଧିବେଶନ ପୂର୍ବରୁ ମୋଦୀ କହିଲେ, ‘ଏହା ବିଜୟର ଅହଙ୍କାର କିମ୍ବା ନାଟକ କରିବାର ସ୍ଥାନ ନୁହେଁ’
  • କମିବ ଥଣ୍ଡାର ପ୍ରକୋପ; ଆଗାମୀ ୪ଦିନ ବଢିବ ରାତି ତାପମାତ୍ରା
  • ଭୟଙ୍କର ବାତ୍ୟା ‘ସେନ୍ୟାର’ର ତାଣ୍ଡବ: ଦକ୍ଷିଣ-ପୂର୍ବ ଏସିଆରେ ୬ଶହ ଜୀବନହାନି

Recent Comments

No comments to show.

Calender

December 2025
M T W T F S S
1234567
891011121314
15161718192021
22232425262728
293031  
« Nov    

Categories

  • Uncategorized (76)
  • ଅପରାଧ (153)
  • ଏକ୍ସକ୍ଲୁସିଭ୍ (21)
  • ଖେଳ (33)
  • ଦେଶ ବିଦେଶ (284)
  • ଭିଡିଓ (6)
  • ମନୋରଞ୍ଜନ (24)
  • ରାଜନୀତି (60)
  • ରାଜ୍ୟ (905)
  • ସ୍ପେଶାଲ୍ ରିପୋର୍ଟ (150)
©2025 JBR Samachar | Design: Newspaperly WordPress Theme