Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଭୂମିକମ୍ପ ଝଟକାରେ ଦୋହଲିଲା ଫିଲିପାଇନ୍ସ ; ତୀବ୍ରତା ୭.୪ ରେକର୍ଡ

Posted on October 10, 2025

ପ୍ରକୃତି କୋପ, ଥରିଲା ମାଟି । ଶକ୍ତିଶାଳୀ ଭୂମିକମ୍ପ ଝଟକାର ଦୋହଲିଛି ଫିଲିପାଇନ୍ସ । ରିକ୍ଟର ସ୍କେଲରେ ତୀବ୍ରତା ୭.୪ ରେକର୍ଡ ହୋଇଛି । ରିପୋର୍ଟ ଲେଖାଯିବା ସୁଦ୍ଧା କୌଣସି କ୍ଷୟକ୍ଷତିର ସୂଚନା ହସ୍ତଗତ ହୋଇନଥିଲା । ତଥାପି ଭୂମିକମ୍ପ ଝଟକାରେ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଛି । ବିଭିନ୍ନ ଅଞ୍ଚଳରେ ସୁନାମୀ ଚେତାବନୀ ଜାରି ହୋଇଛି ।​​​​​​​ କର୍ତ୍ତୃପକ୍ଷ ପକ୍ଷରୁ ‘ଜୀବନ ପ୍ରତି ବିପଦପୂର୍ଣ୍ଣ’  ‘ବିନାଶକାରୀ ସୁନାମି’ ନେଇ ଚେତାବନୀ ଦେଇ ଲୋକଙ୍କୁ ତୁରନ୍ତ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବାକୁ କୁହାଯାଇଛି ।

ଫିଲିପାଇନ୍ସର ମିଣ୍ଡାନାଓରେ ଭୂମିକମ୍ପ ଅନୁଭୂତ ହୋଇଛି । ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ହୋଇଛି । ଭୂମିକମ୍ପ ଅନୁଭୂତ ପରେ ଭୟରେ ଲୋକମାନେ ଘରୁ ବାହାରକୁ ଚାଲିଆସିଥିବା ଦେଖିବାକୁ ମିଳିଛି । ଭୂମିକମ୍ପ ବିଜ୍ଞାନ ସଂସ୍ଥା ପକ୍ଷରୁ ସୁନାମୀ ଆଲର୍ଟ ଜାରି ହୋଇଛି । ଇଣ୍ଡୋନେସିଆର ବିଭିନ୍ନ ଅଞ୍ଚଳରେ ବି ସୁନାମୀ ଚେତାବନୀ ଦିଆଯାଇଛି । କୌଣସି କ୍ଷୟକ୍ଷତିର ସୂଚନା ମିଳିନାହିଁ । ହେଲେ ଭୂମିକମ୍ପ ପାଇଁ ରାସ୍ତା ଓ ଘର କାନ୍ଥରେ ସାମାନ୍ୟ ଫାଠ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି । ୟୁରୋପୀୟ ଭୂମଧ୍ୟସାଗରୀୟ ବିଜ୍ଞାନ କେନ୍ଦ୍ର (ଇଏମ୍‌ଏସସି) ପକ୍ଷକୁ କୁହାଯାଇଛି କି, ଭୂମିକମ୍ପର ଗଭୀରତା ୬୨ କିଲୋମିଟର ଥିଲା । ସ୍ଥାନୀୟ ପ୍ରଶାସନ ପ୍ରଭାବିତ ଅଞ୍ଚଳରେ ଉଦ୍ଧାର ଏବଂ ରିଲିଫ କାର୍ଯ୍ୟ ଆରମ୍ଭ କରିଛନ୍ତି । ହସ୍ପିଟାଲ, ଏବଂ ଗୁରୁତର ପ୍ରଭାବିତ କୋଠାଗୁଡିକୁ ପ୍ରାଥମିକତା ଦିଆଯାଇଛି ।

ଶକ୍ତିଶାଳୀ ଭୂମିକମ୍ପ ଫିଲିପାଇନ୍ସ ପାଇଁ ବିପଦ- ଭୂମିକମ୍ପ ରୂପରେ ଫିଲିପାଇନ୍ସ ଅଧିକ ଆକ୍ଟିଭ ଅଞ୍ଚଳ ଯେଉଁଠି ଟେକ୍ଟୋନିକ୍ ପ୍ଲେଟ, ଯେପରି ଫିଲିପାଇନ୍ସ ସି ପ୍ଲେଟ, ଏବଂ ୟୁରୋଶିୟନ ପ୍ଲେଟ୍‌, ପରସ୍ପର ସହ ଘର୍ଷଣ ହୋଇଥାଏ । ଫଳରେ ମାଟି ତଳେ ତୀବ୍ର ଚାପ ସୃଷ୍ଟି ହୋଇଥାଏ । ଯାହା ଭୂମିକମ୍ପରରେ ପରିଣତ ହୁଏ ।
 

​​​​​କହି ରଖୁଛି କି, ଗତ ସପ୍ତାହରେ ଫିଲିପାଇନ୍ସର ସେବୁ ପ୍ରଦେଶରେ ୬.୯ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଥିଲା । ଯେଉଁଥିରେ ୭୪ ଜଣଙ୍କର ମୃତ୍ୟୁ ହୋଇଥିଲା । ଅନେକ ଆହତ ହୋଇଥିଲେ । ସପ୍ତାହ ପରେ ପୁଣି ଫିଲିପାଇନ୍ସଙ୍କୁ ଆଉ ଏକ ଭୂମିକମ୍ପ ଝଟ୍‌କା ଲାଗିଛି 

 

 

 

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme