
ଭୁବନେଶ୍ୱର ଏୟାରପୋର୍ଟରୁ ବିଦେଶୀ ସିଗାରେଟ୍ ଜବତ । ବିଦେଶୀ ସିଗାରେଟ୍ ସହ ୫ ଜଣଙ୍କୁ ଧରିଲା DRI। ସେମାନଙ୍କ ପାଖରୁ ୧୦ ଲକ୍ଷ ଟଙ୍କାର ବିଦେଶୀ ସିଗାରେଟ୍ ଜବତ ହୋଇଥିବା ସୂଚନା ମିଳିଛି। ଅଭିଯୁକ୍ତମାନେ ଉତ୍ତରପ୍ରଦେଶ ଓ ରାମପୁରର ଅଞ୍ଚଳର। ସେମାନଙ୍କଠାରୁ ଦୁଇ ଦାମୀ ମୋବାଇଲ ମଧ୍ୟ ଜବତ କରାଯାଇଛି। ଦୁବାଇରୁ ବ୍ୟାଗ୍ରେ ଆଣୁଥିଲେ ବିଦେଶୀ ସିଗାରେଟ୍। ବ୍ଲାକ୍ ମାକେର୍ଟିଂ ପାଇଁ ଦୁବାଇରୁ ଭୁବନେଶ୍ବର ଆସିଥିଲା।
