Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଭୀଷଣ ହେଲା ମୋନ୍‌ଥା, ୧୫ କିମି ବେଗରେ ସ୍ଥଳଭାଗ ମୁହାଁ

Posted on October 28, 2025

ଭୀଷଣ ହେଲା ମୋନ୍‌ଥା। ଘୂ ଘୂ ପବନ ସାଙ୍ଗକୁ ଗର୍ଜନ କଲାଣି ସମୁଦ୍ର। ବଙ୍ଗୋପସାଗରରେ ଅଧିକ ଘନୀଭୂତ ହୋଇ ସିଭିୟର ସାଇକ୍ଲୋନର ରୂପ ନେଲା ବାତ୍ୟା। ଘଣ୍ଟାପ୍ରତି ୧୫ କିମି ବେଗରେ ସ୍ଥଳଭାଗ ଆଡ଼କୁ ମାଡ଼ି ଆସୁଛି ମୋନ୍‌ଥା। ମଛଲିପଟ୍ଟନମ ଠାରୁ ଏହା ୧୯୦ କିମି, କାକିନାଡ଼ା ଠାରୁ ୨୭୦କିମି ଏବଂ ଗୋପାଳପୁର ଠାରୁ ୫୫୦କିମି ଦୂରରେ କେନ୍ଦ୍ରୀଭୂତ ରହିଛି। ବାତ୍ୟା ଏବେ ଆନ୍ଧ୍ର ଉପକୂଳ ମୁହାଁ ହେବା ସହ କାକିନଡ଼ାରେ ପ୍ରଭାବ ଦେଖାଇଲାଣି। ତୁହାକୁ ତୁହା ବର୍ଷା ସାଙ୍ଗକୁ ପବନ ବହୁଛି। ଆଜି ସନ୍ଧ୍ୟାରୁ ରାତି ଭିତରେ ବାତ୍ୟା କାକିନାଡ଼ାରେ ଲ୍ୟାଣ୍ଡଫଲ୍ କରିବ। ସ୍ଥଳଭାଗ ଛୁଇଁବା ବେଳେ ୯୦ ରୁ ୧୦୦ କିମି ବେଗରେ ପବନ ବହିବ। ଝଟ୍‌କା ପବନର ବେଗ ୧୧୦ କିମି ଛୁଇଁବାର ସମ୍ଭାବନା ରହିଛି। ଏନେଇ ​​​​​​​ଭୁବନେଶ୍ଵର ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ଡ. ମନୋରମା ମହାନ୍ତି ସୂଚନା ଦେଇଛନ୍ତି।

ସେପଟେ ବାତ୍ୟା ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ଛେଚୁଛି। ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ଜଳାଭଣ୍ଡାର ଗୁଡ଼ିକ ଫୁଲିବାରେ ଲାଗିଛି। ବୁଧବାର ଭୋର୍‌ ସମୟରେ ମାଲକାନଗିରି ଜିଲ୍ଲାର ବାଲିମେଳା ଜଳଭଣ୍ଡାର ଦେଇ ଓଡ଼ିଶାରେ ବାତ୍ୟା ପଶିବ। ଯଦିଓ ସେତେବେଳକୁ ଏହାର ପ୍ରକୋପ ବହୁ ମାତ୍ରାରେ କମିଥିବ, ତଥାପି ୬୦ରୁ ୭୦ କିମି ବେଗରେ ପବନ ମାଡ଼ ହେବ । ମାଲ୍‌କାନଗିରି ସହର ଦେଇ ବାତ୍ୟା ସିଧା ଛତିଶଗଡ଼ ମୁହାଁ ହେବ । ବାତ୍ୟାର ଡାହାଣପଟେ ଅର୍ଥାତ୍‌, ଗଜପତି, କୋରାପୁଟ ଓ ନବରଙ୍ଗପୁର ଜିଲ୍ଲାରେ ପବନର ପ୍ରକୋପ ଅଧିକ ହୋଇପାରେ ବୋଲି ବିଶେଷଜ୍ଞ ଅନୁମାନ କରୁଛନ୍ତି ।

​​​​​​​ମଙ୍ଗଳବାର ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ହେବ । ଗଜପତି, ଗଞ୍ଜାମ, ରାୟଗଡ଼ା, ମାଲକାନଗିରି, କୋରାପୁଟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା ଅଛି । ବୁଧବାର ଅଧିକାଂଶ ସ୍ଥାନରେ ବର୍ଷା ସହ ଦକ୍ଷିଣ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ବିଶେଷ କରି ରାୟଗଡ଼ା, ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡିକୁ ଅତି ପ୍ରବଳ ବର୍ଷା ଆଶଙ୍କା ଅଛି । ପବନ ବେଗ ୬୦-୭୦ ରହିପାରେ । ଉପକୂଳ ଅଞ୍ଚଳରେ ବି ପ୍ରବଳ ବର୍ଷା ସହ ୪୦-୫୦ କିମି ପବନ ହୋଇପାରେ । ଗୁରୁବାରଠାରୁ ପ୍ରଭାବ କମିବ । ତଥାପି ଅନେକ ସ୍ଥାନରେ ବର୍ଷା ଓ ପଶ୍ଚିମ ଓ ଆଭ୍ୟନ୍ତରୀଣ ଅଞ୍ଚଳର କେତେକ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme