Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

‘ଭିବି-ଜି ରାମ-ଜି’ ବିଲ୍‌’କୁ କଂଗ୍ରେସର ତୀବ୍ର ବିରୋଧ

Posted on December 18, 2025

ଲୋକସଭାରେ ମନରେଗା ନାମ ପରିବର୍ତ୍ତନ ବିଲ୍ ଆଗତ । ଆଗତ ହେଲା ‘ଭିବି-ଜି ରାମ ଜି’ ବିଲ୍ । ‘ବିକଶିତ ଭାରତ-ଗ୍ୟାରେଣ୍ଚି ଫର୍ ଆଣ୍ଡ୍ ଆଜୀବିକା ମିଶନ-ଗ୍ରାମୀଣ’ କୃଷିମନ୍ତ୍ରୀ ଶିବରାଜ ସିଂ ଚୌହ୍ୱାନ ଉପସ୍ଥାପନ କରିଛନ୍ତି। ଏହି ବିଲ୍କୁ ବିରୋଧ କରିଛନ୍ତି କଂଗ୍ରେସ ଏବଂ ଟିଏମ୍ସି। ଏହାକୁ ନେଇ ରାତି ଅଧ ଯାଏଁ ଲୋକସଭା ଚାଲିଥିଲା। ସଂସଦରେ ଏନେଇ ସରକାର ଓ ବିରୋଧୀ ହୋଇଛନ୍ତି ମୁହାଁମୁହିଁ । ଲୋକସଭାର ଶୀତ ଅଧିବେସନର ୧୪ତମ ଦିନରେ ଗତକାଲି ଭିବି-ଜି ରାମ-ଜି ବିଲ୍ ଉପରେ ୧୪ ଘଣ୍ଟା ଧରି ବିତର୍କ ହୋଇଛି । ଏଥିରେ ୯୮ ସଦସ୍ୟ ଭାଗ ନେଇଥିଲେ । ରାତି ୧.୩୫ ପର୍ଯ୍ୟନ୍ତ ବିତର୍କ ଚାଲିଥିଲା।

କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧୀ ସଂସଦ ବାହାରେ ଏକ ପ୍ରତିବାଦ ଶୋଭାଯାତ୍ରା କରିଥିଲେ। ସେ କହିଛନ୍ତି, “ସତ କଥା ହେଉଛି ଯୋଜନାର ନାମ ପରିବର୍ତ୍ତନ କରିବା ଆଳରେ ସେମାନେ ଏହାକୁ ବାତିଲ କରିବାକୁ ଚାହୁଛନ୍ତି । ମନରେଗା ଆଇନକୁ ବଦଳାଇବା ଯେଉଁ ନୂତନ ବିଲ୍ ଆସିଛି , ତାହା ଗ୍ରାମୀଣ ଶ୍ରମିକଙ୍କ କାମ କରିବାର ଅଧିକାରକୁ ଦୁର୍ବଳ କରିବ । ଏହି ବିଲ୍ ସମ୍ବିଧାନର ବିରୁଦ୍ଧରେ ।ଗ୍ରାମାଞ୍ଚଳର ଲୋକାମାନଙ୍କୁ ସରକାରଙ୍କ ତରଫରୁ ବାର୍ଷିକ ୧୦୦ ଦିନର କାମ ଯୋଗାଇବାକୁ ଉପା ସରକାର ମହାତ୍ମା ଗାନ୍ଧୀ ନିଶ୍ଚିନ୍ତ କର୍ମ ନିଯୁକ୍ତି ଯୋଜନା ବା ମନରେଗା ଲାଗୁ କରିଥିଲେ ।

ଏବେ ଏନଡିଏ ସରକାର ଏହି ଯୋଜନାର ନାମ ସହ କିଛି ନିୟମ ମଧ୍ୟ ପରିବର୍ତ୍ତନ କରିବାକୁ ଯୋଜନା କରିଛନ୍ତି ସରକାର । ମନରେଗାର ନୂଆ ରୂପ “ବିକଶିତ ଭାରତ ଗ୍ୟାରେଣ୍ଟି ଫର ରୋଜଗାର ଆଣ୍ଡ ଆଜୀବିକା ମିଶନ’ ବିଲ୍ ୨୦୨୫ ବା “ଭିବି-ଜୀ-ରାମ ଜୀ’ ପ୍ରସ୍ତୁତ ହୋଇଛି ।ଏହି ବିଲକୁ ଶୀତକାଳନ ଅଧିବେଶନରେ ଲୋକସଭାରେ ଉପସ୍ଥାପନ କରାଯାଇଛି । ଏହାର ଉଦ୍ଦେଶ୍ୟ “ବିକଶିତ ଭାରତ ୨୦୪୭’ ପାଇଁ ରାଷ୍ଟ୍ରୀୟ ଭିଜନର ଅନୁରୂପ ଗ୍ରାମୀଣ ବିକାଶର ନୂଆ ଢ଼ାଞ୍ଚା ପ୍ରସ୍ତୁତ କରିବା ।

ମନରେଗାର ପରିବର୍ତ୍ତନ କେବଳ ନାମକୁ ନେଇ ନୁହେଁ ବରଂ ନିୟମରେ ମଧ୍ୟ ହେବାକୁ ଯାଉଛି। ଏଥିରେ ଗ୍ରାମାଞ୍ଚଳ ଲୋକଙ୍କ ପାଇଁ ୧୦୦ ଦିନରୁ ଅଧିକ ଦିନ କାମ ମିଳିବ ।ଏହା ସହ ପୂର୍ବ ଅପେକ୍ଷା ଖୁବଶୀଘ୍ର ଶ୍ରମିକଙ୍କ ଖାତାକୁ ପାରିଶ୍ରାମିକ ଯିବ । ଏହାସହ ରାଜ୍ୟ ସରକାରଙ୍କ ଉପରେ ଅଧିକ ଆର୍ଥିକ ବୋଝ ପଡ଼ିବ । କାରଣ ଆର୍ଥିକ ଅନୁଦାନର ତରିକା ବି ବଦଳିବାକୁ ଯାଉଛି । ପୂର୍ବରୁ ଏହି ଯୋଜନାର ସମ୍ପୂର୍ଣ୍ଣ ଅର୍ଥ କେନ୍ଦ୍ର ସରକାର ଦେଉଥିବା ବେଳେ ନୂଆ ନିୟମ ମୁତାବକ କିଛି ଅନୁଦାନ ରାଜ୍ୟ ସରକାରଙ୍କୁ ବି ଦେବାକୁ ପଡ଼ିବ ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme