Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଭିନ୍ନକ୍ଷମ ଯୁବତୀଙ୍କୁ ଗର୍ଭବତୀ କରି ଜୀବନରୁ ମାରିଦେବା ପାଇଁ ଘର ଜାଳି ଦେଇଥିବା ଅଭିଯୋଗ।

Posted on October 21, 2025

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ବସନ୍ତପଡା ଗାଁରେ ସ୍ପର୍ଶକତାର ଘଟଣା ଦେଖିବାକୁ ମିଳିଛି। ଜଣେ ଭିନ୍ନକ୍ଷମ ଯୁବତୀଙ୍କୁ ପ୍ରେମ କରି ଗର୍ଭବତୀ ହେବା ପରେ ଘର ଭିତରେ ନିଆଁ ଲଗେଇ ଜାଳିଦେବା ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଫଳରେ ଅଗ୍ନିକାଣ୍ଡ ଯୋଗୁ ଭିନ୍ନକ୍ଷମ ଯୁବତୀ ଜଣଙ୍କ ଆହତ ହୋଇଥିବା ଜଣାପଡିଛି। ତେବେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଥିବାବେଳେ ଆଜକୁ ପ୍ରାୟ ୨୦ ଦିନ ହେବ ଭିନ୍ନକ୍ଷମ ଯୁବତୀ ଜଣଙ୍କ ବସନ୍ତପଡା ଗାଁର ସୁବ୍ରତ ସାହୁଙ୍କ ଘର ବାରଣ୍ଡାରେ ସ୍ତ୍ରୀର ମାନ୍ୟତା ପାଇଁ ବସି ରହିଛନ୍ତି। ସେ ସୁବ୍ରତଙ୍କୁ ପ୍ରେମ ବିବାହ କରିଥିବା ସହ ଗର୍ଭବତୀ ଥିବା ପ୍ରକାଶ କରିଛନ୍ତି। ତେବେ ଜାତିଆଣ କାରଣରୁ ଯୁବତୀଙ୍କୁ ସୁବ୍ରତ ପ୍ରତାରଣା କରିଥିବା ମଧ୍ୟ ପ୍ରକାଶ କରିଛନ୍ତି। ତେବେ ଘଟଣାକୁ ଗୁରୁତରର ସହିତ ନେଇ ପୋଲିସ ପୂର୍ବରୁ ଏକ ମାମଲା ରୁଜୁ କରିବା ସହିତ ଭିନ୍ନକ୍ଷମ ଯୁବତୀ ଜଣଙ୍କୁ ଢେଙ୍କାନାଳ ସଖୀ କେନ୍ଦ୍ରରେ ରଖିଥିଲେ। ମାତ୍ର ସେଠାରେ ଯୁବତୀ ଜଣଙ୍କ ଆତ୍ମହତ୍ୟା ଉଦ୍ୟମ କରିବା ପରେ ତାଙ୍କୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ପରେ ପ୍ରେମିକ ଘର ଭିତରେ ଧାରଣାରେ ବସିଥିଲା ପ୍ରେମିକା। ତେବେ ଗତ କାଲି ଭୋର ପ୍ରାୟ ୪ଟା ସମୟରେ ଭିନ୍ନକ୍ଷମ ଯୁବତୀ ଜଣଙ୍କ ରହୁଥିବା ଘରେ କେହି ନିଆଁ ଲଗେଇ ଦେଇଥିଲା। ଫଳରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳିପୋଡି ନଷ୍ଟ ହୋଇ ଯୁବତୀ ଜଣଙ୍କ ଆହତ ହୋଇଥିଲେ। ସେପଟେ ସୁବ୍ରତଙ୍କ ପରିବାର ଲୋକେ ଘରେ ରହୁନଥିବା ଜଣାପଡିଛି। ତୁରନ୍ତ ଭିନ୍ନକ୍ଷମ ଯୁବତୀ ଜଣଙ୍କୁ ନ୍ୟାୟ ଦେବା ପାଇଁ ଗ୍ରାମବାସୀ ଦାବି କରୁଥିବାବେଳେ ପୋଲିସ ଘଟଣାଟିକୁ ଗୁରୁତରର ସହିତ ନେଇ ତଦନ୍ତ ଆରମ୍ଭ କରି ଦେଇଛି।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme