Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଭିନ୍ନକ୍ଷମ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତକୁ କୋର୍ଟ ଚାଲାଣ

Posted on October 15, 2025

 

ଶୌଚ ହେବାକୁ ଯାଇଥିବା ବେଳେ ପଞ୍ଚମ ଶ୍ରେଣୀର ଶାରୀରିକ ଭିନ୍ନକ୍ଷମ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ । ପୋକ୍ସୋ ଆଇନ ଅନୁଯାୟୀ ଅଭିଯୁକ୍ତ ସୁଶାନ୍ତ ଜେନା କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୁଲିସ । ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ବ୍ଲକ ଅଞ୍ଚଳରେ ଏଭଳି ଘଟଣା ଘଟିଛି ।

ସୂଚନା ମୁତାବକ, ଭିନ୍ନକ୍ଷମ ନାବାଳିକା ମଙ୍ଗଳବାର ଅପରାହ୍ଣ ୩ଟାରେ ଏକ ପୋଖରୀକୁ ଶୌଚ ପାଇଁ ଯାଇଥିଲେ । ଏତିକି ବେଳେ ଏକୁଟିଆ ଥିବାର ସୁଯୋଗ ନେଇ ବସ୍ତା ଥାନା ଦାଣ୍ଡନାବଦା ଗାଁର ସୁଶାନ୍ତ କୁମାର ଜେନା ଝିଅଟିକୁ ନିଛାଟିଆ ସ୍ଥାନକୁ ଟେକି ନେଇ ଦୁଷ୍କର୍ମ କରି ଛାଡ଼ି ଦେଇଥିଲା । ଝିଅଟି ଯନ୍ତ୍ରଣା ସହି ନପାରି ଘରେ ସମସ୍ତ କଥା କହିଥିଲା । ତେବେ ନାବାଳିକାର ଏଭଳି ଅବସ୍ଥା ଦେଖି ବାପା ରାସଗୋବିନ୍ଦପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏତଲା ଆଧାରରେ ରାସଗୋବିନ୍ଦପୁର ପୁଲିସ ଘଟଣାର ତଦନ୍ତ କରି ଅଭିଯୁକ୍ତ ସୁଶାନ୍ତ ଜେନାକୁ ଥାନା ନେଇ ପଚରା ଉଚରା କରିଥିଲା । ଉଭୟଙ୍କ ଡାକ୍ତରୀ ମାଇନା ପରେ ପୁଲିସ ଏକ ମାମଲା ରୁଜୁ କରି ପୋକ୍ସୋ ଆଇନ ଅନୁଯାୟୀ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି।

 

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଚେତାବନୀ: ସମ୍ପତ୍ତି ଘୋଷଣା ନକଲେ ପଦୋନ୍ନତି ବାତିଲ୍
  • ତାଳଚେର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ଶୂନ୍ୟ ମୃତାହତ ପକ୍ଷ ପାଳନ
  • ସୁନା ଦର ସ୍ଥିର, ଜାଣନ୍ତୁ ଆଜିର ଦାମ୍
  • କାର୍ଯ୍ୟରେ ଅବହେଳା: ୩୬ ଅଧିକାରୀଙ୍କ ଦରମା ବନ୍ଦ କଲେ କଟକ ଜିଲ୍ଲାପାଳ
  • ଭଦ୍ରକ ବିଜେଡିରେ ବଡ଼ ଝଟକା: ଗୋଟିଏ ଦିନରେ ୩ ବ୍ଲକ୍ ଅଧ୍ୟକ୍ଷଙ୍କ ଇସ୍ତଫା, ଭାଙ୍ଗୁଛି ଗଡ଼

Recent Comments

No comments to show.

Calender

December 2025
M T W T F S S
1234567
891011121314
15161718192021
22232425262728
293031  
« Nov    

Categories

  • Uncategorized (76)
  • ଅପରାଧ (153)
  • ଏକ୍ସକ୍ଲୁସିଭ୍ (21)
  • ଖେଳ (33)
  • ଦେଶ ବିଦେଶ (281)
  • ଭିଡିଓ (6)
  • ମନୋରଞ୍ଜନ (24)
  • ରାଜନୀତି (58)
  • ରାଜ୍ୟ (900)
  • ସ୍ପେଶାଲ୍ ରିପୋର୍ଟ (150)
©2025 JBR Samachar | Design: Newspaperly WordPress Theme