
ପ୍ରେମ ନେଲା ଜୀବନ । ଭିଡିଓ କରି ଆତ୍ମହତ୍ୟା କଲେ ଯୁବତୀ । ଝିଅକୁ ଆତ୍ମହତ୍ୟା ପାଇଁ ବାଧ୍ୟ କରିବା ନେଇ ଥାନାରେ ଏତଲା ପରେ କାର୍ଯ୍ୟାନୁଷ୍ଠାନ ନ ହେବାରୁ ସାମ୍ନାକୁ ଆସିଛନ୍ତି ଯୁବତୀଙ୍କ ପରିବାର ଲୋକେ । ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଆଗରପଡ଼ା ଥାନା ଅଧିନ ବୋଡକ ମୁଆଜିବ ଗ୍ରାମରୁ ଏଭଳି ଘଟଣା ସାମ୍ନାକୁ ଆସିଛି।
ସୂଚନା ମୁତାବକ, ସୁଶାନ୍ତ ଦାସଙ୍କ ଏକମାତ୍ର ଝିଅଙ୍କ ନିକଟସ୍ଥ ବୋଡକପାଟଣା ଗ୍ରାମର ଜନୈକ ଯୁବକଙ୍କ ମଧ୍ୟରେ ଦୀର୍ଘ ବର୍ଷ ଧରି ପ୍ରେମ ସମ୍ପର୍କ ଗଢି ଉଠିଥିଲା । ହେଲେ ପରିଣତି ଏପରି ହେଲା ଯେ ପ୍ରଶାନ୍ତର ମାନସିକ ଓ ଶାରୀରିକ ଯନ୍ତ୍ରଣା ସହି ପାରିଲେନି ଯୁବତୀ।ଶେଷରେ ଘରର କବାଟ ବନ୍ଦ କରି ପଲଙ୍କ ବାଡ଼ରେ ଓଢଣୀ ଲଗାଇ ଆତ୍ମହତ୍ୟା କଲେ ଯୁବତୀ । ଆଉ ଆତ୍ମହତ୍ୟାର ଲାଇଭ୍ ଦୃଶ୍ୟ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ମୃତକଙ୍କ ପରିବାର ଲୋକେ ଆତ୍ମହତ୍ୟା ବେଳର ଭିଡିଓ ଓ ଚାଟ ର ଫଟୋ ସହ ଆଗରପଡ଼ା ଥାନାରେ ଲିଖିତ ଅଭିଯୋଗ କରିଥିଲେ । କିନ୍ତୁ କୌଣସି କାର୍ଯ୍ୟାନୁଷ୍ଠନ ନ ହେବାରୁ ନ୍ୟାୟ ପାଇଁ ସାମ୍ନାକୁ ଆସିଛନ୍ତି ପରିବାର ଲୋକେ। ତେବେ ବର୍ତ୍ତମାନ ପ୍ରଶାନ୍ତ ଏବେ ଫେରାର ଥିବା ଜଣାପଡିଛି। ପ୍ରଶାନ୍ତ ଯୁବତୀଙ୍କୁ ଅନେକ ଅଶାଳୀନ ଭାଷାରେ ମେସେଜ କରିଥିଲା ଯାହାର ସ୍କ୍ରିନ୍ ସର୍ଟ ମଧ୍ୟ ପୁଲିସ୍ ନିକଟରେ ଦାଖଲ ହୋଇଛି ।
