
ବାରଙ୍ଗ ଅତିରିକ୍ତ ତହସିଲଦାରଙ୍କ ଘରେ ବିଡ଼ା ବିଡ଼ା ଟଙ୍କା ଓ ପୁଳାପୁଳା ସୁନା । ରେଡ୍ ବେଳେ ଟଙ୍କା ଓ ସୁନା ଦେଖି ଭିଜିଲାନ୍ସ ଟେରା । ବାରଙ୍ଗ ଅତିରିକ୍ତ ତହସିଲଦାର ଜିତେନ୍ଦ୍ର କୁମାର ପଣ୍ଡାଙ୍କ ୪ଟି ଠିକଣାରେ ଚାଲିଛି ଭିଜିଲାନ୍ସ ରେଡ୍। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚାଲିଛି ଚଢ଼ଉ। ଏକକାଳୀନ ୪ଟି ସ୍ଥାନରେ ଚାଲିଛି ରେଡ୍ । ଭୁବନେଶ୍ବର, ଖୋର୍ଦ୍ଧା, ବାରଙ୍ଗ ସମେତ ୪ଟି ସ୍ଥାନରେ ରେଡ୍ ହେଉଛି। ବାରଙ୍ଗ ତହସିଲ ଅଫିସରେ ବି ଚାଲିଛି ଚଢ଼ାଉ।୪ଜଣ DSP, ୭ ଜଣ ଇନ୍ସପେକ୍ଟର, ଜଣେ ସବ ଇନ୍ସପେକ୍ଟର, ଓ ୮ ଜଣ ASI ଚଢ଼ଉରେ ସାମିଲ ଅଛନ୍ତି । ଭୁବନେଶ୍ବର ବଡ଼ଗଡ଼ରେ ରହିଛି ଜିତେନ୍ଦ୍ରଙ୍କର ୩ ମହଲା କୋଠା। ଖୋର୍ଦ୍ଧା ସାନପଲ୍ଲାରେ ରହିଛି ଦୁଇ ମହଲା ଘର।
