
ଗୌହାଟୀରେ ଆଜି ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ବିତୀୟ ଟେଷ୍ଟ ମ୍ୟାଚ୍ ଆରମ୍ଭ ହୋଇଛି । ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି ଦକ୍ଷିଣ ଆଫ୍ରିକା ।
ଶୁବମନ ଗିଲ୍ଙ୍କ ଅନୁପସ୍ଥିତିରେ ଋଷଭ ପନ୍ତ ଭାରତୀୟ ଦଳକୁ ନେତୃତ୍ୱ ଦେଉଛନ୍ତି । ବେକରେ ଆଘାତ ଲାଗିବା କାରଣରୁ ଶୁବମନ ଦ୍ବିତୀୟ ଟେଷ୍ଟରୁ ବାହାରିଛନ୍ତି । ପ୍ରଥମ ଟେଷ୍ଟର ଦ୍ୱିତୀୟ ଇନିଂସରେ ମଧ୍ୟ ସେ ବ୍ୟାଟିଂ କରିପାରିନଥିଲେ ।
ଚୂଡ଼ାନ୍ତ ଏକାଦଶରେ ନୀତିଶ୍ ରେଡ୍ଡୀ ପୁନଃଫେରିଛନ୍ତି ଓ ଅକ୍ଷର ପଟେଲଙ୍କ ସ୍ଥାନରେ ସାଇ ସୁଦର୍ଶନକୁ ସୁଯୋଗ ମିଳିଛି ।
ପ୍ରଥମ ଟେଷ୍ଟରେ ନିରାଶାଜନକ ପ୍ରଦର୍ଶନ ସହିତ ଭାରତ ୧-୦ରେ ସିରିଜରେ ପଛୁଆ ପଡିଥିଲା । ଏହି ପରାଜୟ ବିଶ୍ୱ ଟେଷ୍ଟ ଚାମ୍ପିୟନସିପରେ ଭାରତର ସ୍ଥିତିକୁ ଅଧିକ ଜଟିଳ କରିଛି ।
