
ଭାରତ ଓ ଚୀନ ମଧ୍ୟରେ ଗତକାଲି ସିଧାସଳଖ ବିମାନ ସେବା ଆରମ୍ଭ କରାଯାଇଛି। ୨୦୨୦ର ଗଲୱାନ ସଂଘର୍ଷ ପରେ ଏହି ସେବା ବନ୍ଦ ହୋଇଥିଲା। ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ଘୋଷଣା କରାଯାଇଥିଲା ଯେ, ଦୁଇ ଦେଶ ସିଧାସଳଖ ବିମାନ ସେବା ପୁନଃ ଆରମ୍ଭ କରିବାରେ ସହମତି ପ୍ରକାଶ କରିଛନ୍ତି।
ଗତ କିଛି ବର୍ଷ ଧରି ଦୁଇ ଦେଶ ମଧ୍ୟରେ ବନ୍ଦ ରହିଥିବା ବିମାନ ସେବାକୁ ପୁନଃଚାଲୁ କରିବା ପାଇଁ ବୈଷୟିକ ମାତ୍ରାରେ କଥାବାର୍ତ୍ତା ଚାଲିଥିଲା। ଗଲୱାନ ସଂଘର୍ଷ ପରେ ପରେ କୋଭିଡ ସମସ୍ୟା ଯୋଗୁ ବିମାନ ସେବା ଅଧିକ ପ୍ରଭାବିତ ହୋଇଥିଲା

