Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଭାରତକୁ ଚିତା ଉପହାର, ଭାରତ ଆସିବା ପୂର୍ବରୁ ରହିବେ କ୍ୱାରେଣ୍ଟିନ୍‌ରେ

Posted on November 14, 2025

ବନ୍ୟଜୀବ ସଂରକ୍ଷଣରେ ଭାରତ-ବୋତ୍ସୱାନା ସହଯୋଗିତାରେ ନୂଆ ଅଧ୍ୟାୟର ଆରମ୍ଭ । ପ୍ରୋଜେକ୍ଟ ଚିତା ଅନ୍ତର୍ଗତ ଗୁରୁବାର ଭାରତକୁ ୮ ଚିତା ଉପହାର ଦେଇଛି ବୋତ୍ସୱାନା । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ବୋତ୍ସୱାନା ଗସ୍ତ ଅବସରରେ ଏହି ଘୋଷଣା ହୋଇଛି । ରାଷ୍ଟ୍ରପତି ମୁର୍ମୁ ଓ ବୋତ୍ସୱାନା ରାଷ୍ଟ୍ରପତି ଦୁମା ଗିଡିଅନ୍‌ ବୋକୋଙ୍କ ଉପସ୍ଥିତିରେ କାଲାହାରୀ ମରୁଭୂମିର ଘାନ୍‌ଜି ଟାଉନ୍‌ରୁ ଅଣାଯାଇଥିବା ୮ ଚିତାଙ୍କୁ ଉଭୟ ଭାରତ ଓ ବୋତ୍ସୱାନାର ବିଶେଷଜ୍ଞଙ୍କ ତତ୍ତ୍ୱାବଧାନରେ ମୋକୋଲୋଠି ନେଚର୍‌ ରିଜର୍ଭରେ ଛଡ଼ାଗଲା । ତନ୍ମଧ୍ୟରୁ ଦୁଇ ଚିତାଙ୍କୁ କ୍ୱାରେଣ୍ଟିନ୍‌ରେ ରଖାଗଲା ।

ଏ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ମୁର୍ମୁ କହିଲେ, ଏହି ଉପହାର ବନ୍ୟଜୀବ ସଂରକ୍ଷଣ ପ୍ରତି ବୋତ୍ସୱାନାର ଦୃଢ଼ ଅଙ୍ଗୀକାରବଦ୍ଧତାକୁ ଦର୍ଶାଇଛି । ଏହି ଚିତା ଭାରତର ମଧ୍ୟପ୍ରଦେଶ ସ୍ଥିତ କୁନୋ ଜାତୀୟ ପାର୍କରେ ସେମାନଙ୍କ ଭାଇ-ଭଉଣୀଙ୍କ ସହ ଯୋଗ ଦେବେ । ନିଜ ଐତିହାସିକ ବାସସ୍ଥଳୀରେ ଏହି ପ୍ରଜାତିର ପୁନଃସଂରକ୍ଷଣରେ ଏମାନେ ଆମକୁ ସାହାଯ୍ୟ କରିବେ । ଅନ୍ୟପକ୍ଷେ, ଭାରତର ଚିତା ପୁନଃସଂରକ୍ଷଣ ପ୍ରୟାସକୁ ସମର୍ଥନ କରି ବୋତ୍ସୱାନା ଆନନ୍ଦିତ ବୋଲି ରାଷ୍ଟ୍ରପତି ବୋକୋ କହିଲେ ।

ଭାରତ ଆସିବା ପୂର୍ବରୁ ସମସ୍ତ ୮ ଚିତାଙ୍କୁ କ୍ୱାରେଣ୍ଟିନ୍‌ରେ ରଖାଯିବ । ଭାରତର ପ୍ରୋଜେକ୍ଟ ଚିତା ଏକ ଗୁରୁତ୍ୱପୂର୍ଣ୍ଣ ବନ୍ୟଜୀବ ସଂରକ୍ଷଣ ପ୍ରୟାସ, ଯାହା ୨୦୨୨, ସେପ୍ଟେମ୍ବର ୧୭ରେ ଆରମ୍ଭ ହୋଇଥିଲା । ୧୯୫୦ ଦଶକ ପ୍ରାରମ୍ଭରେ ଚିତାଙ୍କ ବିଲୁପ୍ତି ପରେ ଭାରତକୁ ଚିତାଙ୍କ ପୁନଃ ଆଗମନ ଏହାର ଲକ୍ଷ୍ୟ । ଚିତା ସଂରକ୍ଷଣ ବୋତ୍ସୱାନା ଅନୁସାରେ, ବିଶ୍ୱର ସର୍ବାଧିକ ଚିତା ବୋତ୍ସୱାନାରେ ଅଛନ୍ତି । ଏଠାରେ ଚିତାଙ୍କ ସଂଖ୍ୟା ହାରାହାରି ୧,୭୦୦ । ବିଶ୍ୱର ଜଙ୍ଗଲି ଚିତାଙ୍କ ସଂଖ୍ୟାର ଏହା ହାରାହାରି ୨୫ ପ୍ରତିଶତ ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme