Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଭାଙ୍ଗି ପଡିଛି ବାପାର ମନ, ଅଧୁରା ରହିଗଲା ଝିଅର ପ୍ରତିଶ୍ରୁତି

Posted on January 29, 2026

ବାପା ମୁଁ ବାରାମତୀ ଯାଉଛି, ଆସନ୍ତାକାଲି କଥା ହେବା…”। ଏତିକି କହି ଫୋନ୍ ରଖିଦେଇଥିଲେ ଏୟାର ହୋଷ୍ଟେସ ପିଙ୍କି ମାଲି। କିନ୍ତୁ କିଏ ଜାଣିଥିଲା ସେହି ଆସନ୍ତାକାଲି ଆଉ କେବେ ଆସିବ ନାହିଁ। ବିମାନ ଉଡ଼ାଣ ପୂର୍ବରୁ ମୁମ୍ବାଇ ୱର୍ଲିରେ ରହୁଥିବା ବାପା ଶିବକୁମାର ମାଲିଙ୍କ ସହ ହୋଇଥିବା ସେହି କଥାବାର୍ତ୍ତା ହିଁ ଥିଲା ପିଙ୍କିଙ୍କ ଜୀବନର ଶେଷ କଲ୍। ଅଜିତ ପାୱାରଙ୍କୁ ବାରାମତୀରେ ଛାଡି ନାନ୍ଦେଡ଼ ଯିବାର ଉତ୍ସାହ ତାଙ୍କ ସ୍ୱରରେ ଥିଲା, କିନ୍ତୁ ନିୟତିର ଖେଳ କିଛି ଅଲଗା ଥିଲା।

ଏୟାର ହୋଷ୍ଟେସ ପିଙ୍କି ମାଲି ଯେଉଁ VT-SSK ବିମାନରେ ଡ୍ୟୁଟି କରୁଥିଲେ, ତାହା ରନ୍‌ୱେ ଛୁଇଁବା ପୂର୍ବରୁ ହିଁ ଦୁର୍ଘଟଣାର ଶିକାର ହୋଇଥିଲା। ସାମ୍ନାକୁ ଆସିଥିବା ସିସିଟିଭି (CCTV) ଫୁଟେଜ୍ ଅନୁଯାୟୀ, ଅବତରଣ ସମୟରେ ବିମାନଟି ହଠାତ୍ ବାମ ପଟକୁ ଢଳି ଯାଇଥିଲା। ରନ୍‌ୱେର ପ୍ରାୟ ୧୦୦ ଫୁଟ ପୂର୍ବରୁ ଏହା ପ୍ରଚଣ୍ଡ ଶବ୍ଦ କରି ତଳେ ପିଟି ହୋଇଯାଇଥିଲା। ମାତ୍ର କିଛି ସେକେଣ୍ଡ ମଧ୍ୟରେ ସମ୍ପୂର୍ଣ୍ଣ ବିମାନଟି ଏକ ନିଆଁ ପିଣ୍ଡୁଳାରେ ପରିଣତ ହୋଇଥିଲା। ଏହାପରେ ୪ରୁ ୫ଟି ଛୋଟ ଛୋଟ ବିସ୍ଫୋରଣ ହୋଇଥିବା ମଧ୍ୟ ଦେଖିବାକୁ ମିଳିଛି।

ଏହି ଦୁର୍ଘଟଣା ‘VSR Ventures’ କମ୍ପାନୀର ସୁରକ୍ଷା ବ୍ୟବସ୍ଥା ଉପରେ ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସୂଚନାଯୋଗ୍ୟ ଯେ, ଗତ ୨୦୨୩ ସେପ୍ଟେମ୍ବର ମସିହାରେ ମଧ୍ୟ ଏହି କମ୍ପାନୀର ଆଉ ଏକ ବିମାନ ମୁମ୍ବାଇ ବିମାନବନ୍ଦରରେ ରନ୍‌ୱେରୁ ଖସି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ସେହି ସମୟରେ ମଧ୍ୟ ପ୍ରବଳ ବର୍ଷା ଓ କମ୍ ଦୃଶ୍ୟମାନ ଶକ୍ତି (Low Visibility) କାରଣରୁ ଏହି ଅଘଟଣ ଘଟିଥିଲା। ବାରମ୍ବାର ସମାନ ତ୍ରୁଟି ଯୋଗୁଁ ଆଜି ଜଣେ କର୍ତ୍ତବ୍ୟରତ ଝିଅ ନିଜ ପରିବାରଠାରୁ ସବୁଦିନ ପାଇଁ ଦୂରେଇ ଯାଇଛି।

ବାପାଙ୍କ କାନରେ ଏବେ ବି ଗୁଞ୍ଜରିତ ହେଉଛି ଝିଅର ସେହି ଶେଷ କଥା “ଆସନ୍ତାକାଲି କଥା ହେବା”। କିନ୍ତୁ ଆଜି ସେହି ଉତ୍ସାହୀ ଝିଅର କଥା ଶୁଣିବା ପରିବର୍ତ୍ତେ, ପରିବାର ଲୋକେ କେବଳ ତାଙ୍କ ମୃତଦେହକୁ ଅପେକ୍ଷା କରିଛନ୍ତି। ଶେଷ ଅନ୍ତିମ ସଂସ୍କାର ପାଇଁ ପିଙ୍କିଙ୍କ ମୃତଦେହ ପହଞ୍ଚିବା ପରେ ୱର୍ଲି ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme