Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଭଣ୍ଡବାବାଙ୍କୁ ଖଣ୍ଡଗିରି ମନା

Posted on January 16, 2026

ଖଣ୍ଡଗିରି ମେଳାକୁ ଭଣ୍ଡବାବାଙ୍କୁ ମନା । ପ୍ରସିଦ୍ଧ ମାଘମେଳା ବେଳେ କୌଣସି ପ୍ରକାରର ଗୁଣିଗାରେଡ଼ି, କୁସଂସ୍କାର କିମ୍ବା ଅନ୍ଧବିଶ୍ୱାସକୁ ପ୍ରଶ୍ରୟ ଦିଆଯିବନି । ଭକ୍ତଙ୍କ ଭାବାବେଗକୁ ଆଘାତ ଦେଲା ଭଳି କାମ ଓ ରୋଗ ଭଲ କରିଦେବା ନାଁରେ ଭକ୍ତଙ୍କୁ ଶୋଷଣ କରାଯିବ ନାହିଁ । ମେଳା ଆୟୋଜକ ଏଦିଗରେ କଡ଼ା ଦୃଷ୍ଟି ଦେବେ । ଯଦି କେହି ଏଭଳି କରୁଥିବାର ନଜର ଆସେ, ତେବେ ତୁରନ୍ତ ପ୍ରଶାସନକୁ ଅବଗତ କରାଯିବ । ପ୍ରସିଦ୍ଧ ଖଣ୍ଡଗିରି ମେଳା ପୂର୍ବରୁ ଏଭଳି ନିଷ୍ପତ୍ତି ନିଆଯାଇଛି ।

ଗୁରୁବାର ବିଶ୍ୱ ସନାତନ ବୈଦିକ ଧର୍ମ ପରିଷଦ ପକ୍ଷରୁ ଖଣ୍ଡଗିରି ମେଳା ପସ୍ତୁତି ବୈଠକ ସ୍ଥାନୀୟ ପାଦୁକା ଆଶ୍ରମ ପରିସରରେ ଅନୁଷ୍ଠିତ ହୋଇଥିଲା । ବୈଠକରେ ଏକାମ୍ର ବିଧାୟକ ବାବୁ ସିଂ ଉପସ୍ଥିତ ଥିଲେ । ପରିଷଦର ଅଧ୍ୟକ୍ଷ ବାବା ପଞ୍ଚଦେବ ଓ ଉପଦେଷ୍ଟା ପଦ୍ମନାଭ ଦାସ ମେଳା ସମ୍ପର୍କରେ ବିଧାୟକଙ୍କୁ ଅବଗତ କରିଥିଲେ । ପୂର୍ବବର୍ଷମାନଙ୍କରେ ଯେଉଁଭଳି ଅବ୍ୟବସ୍ଥା ଓ ଅନ୍ଧବିଶ୍ୱାସ ସବୁ ଦେଖିବାକୁ ମିଳୁଥିଲା, ତାହା ଏଥରକ ନହେଉ ବୋଲି ବାବା ପଞ୍ଚଦେବ ବିଧାୟକଙ୍କୁ ଜଣାଇଥିଲେ ।

ପରିଷଦର କର୍ମକର୍ତ୍ତା କହିଥିଲେ, ଗତବର୍ଷ ମେଳା ବେଳେ କିଛି ତଥାକଥିତ ବାବା ଖଣ୍ଡଗିରିକୁ ଆସିଥିଲେ । କିଏ କର୍କଟ ଭଲ କରିବା ପାଇଁ ପାଣି ବୋତଲ ବ୍ୟବହାର କରୁଥିଲେ ତ’ କିଏ ପିଠିରେ ହାତ ରଖି ରୋଗ ଭଲ କରିଦେଉଥିବା ଦାବି କରୁଥିଲେ । ପ୍ରଥମେ ପ୍ରଥମେ ଶ୍ରଦ୍ଧାଳୁମାନେ ଏମାନଙ୍କୁ ବିଶ୍ୱାସ କରୁଥିଲେ, ସୁଦ୍ଧା ପରେ ଅସନ୍ତୋଷ ପ୍ରକାଶ କରିଥିଲେ । ଏଭଳି କିଛି ଭଣ୍ଡବାବାଙ୍କ ଯୋଗୁ ପ୍ରସିଦ୍ଧ ଖଣ୍ଡଗିରି ମେଳାର ଗରିମା ନଷ୍ଟ ହେବାରେ ଲାଗିଛି । ତେଣୁ ଭକ୍ତମାନଙ୍କୁ ସବୁବେଳେ ସଂସ୍କୃତି ଓ ଆଧ୍ୟାତ୍ମିକତାର ଜ୍ଞାନ ବାଣ୍ଟିବାକୁ ପଡ଼ିବ ଓ ଭଣ୍ଡବାବାଙ୍କୁ ହଟେଇବାକୁ ପଡ଼ିବ ବୋଲି କର୍ମକର୍ତ୍ତାମାନେ କହିଥିଲେ । ସେଥିପାଇଁ ଚଳିତବର୍ଷ ମେଳାରେ ବିଶ୍ୱକଲ୍ୟାଣ ମହାଯଜ୍ଞକୁ ଗୁରୁତ୍ୱ ଦିଆଯିବ । ସନାତନୀ ବୈଦିକ ପରମ୍ପରା ଅନୁସାରେ ଯଜ୍ଞ ଆୟୋଜନ ହେବ । ଶ୍ରଦ୍ଧାଳୁମାନେ ବ୍ୟବସ୍ଥିତ ଦର୍ଶନ କରିବେ, ସେଦିଗରେ ଆୟୋଜକ କାମ କରିବେ ।

ଆସନ୍ତା ୨୫ରୁ ଆରମ୍ଭ ହେଉଥିବା ପ୍ରସିଦ୍ଧ ମାଘମେଳାରେ ଏବର୍ଷ ୧ହଜାରରୁ ଊଦ୍ଧ୍ୱର୍ ସାଧୁ, ବୈରାଗୀ, ଯୋଗୀ ଖଣ୍ଡଗିରିକୁ ଆସିବେ । ସେମାନଙ୍କ ରହଣି, ଖାଇବା, ସ୍ନାନ, ଶୌଚ ଓ ଉପାସନା ପାଇଁ ଆଗୁଆ ବନ୍ଦୋବସ୍ତ କରିବାକୁ ବିଧାୟକଙ୍କୁ ନିବେଦନ କରିଥିଲା ପରିଷଦ । ପୂର୍ବତନ କର୍ପୋରେଟର ମେଳା ପୂର୍ବରୁ ଖଣ୍ଡଗିରିରେ ଥିବା ଗୁମ୍ଫା ପାଖରେ ଆଲୋକୀକରଣ ଓ ପାଣି ବ୍ୟବସ୍ଥା ଉପରେ ଆଲୋଚନା କରିଥିଲେ । ବିଧାୟକ ମଧ୍ୟ ପରିଷଦର ପ୍ରତ୍ୟେକ ପ୍ରସ୍ତାବ ଉପରେ ଗୁରୁତ୍ୱ ଦେଇଥିଲେ । ଭୁବନେଶ୍ୱର ମହାନଗର ନିଗମ ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ନିଶ୍ଚିତ ଏଥିପାଇଁ କାମ କରିବେ ବୋଲି ବିଧାୟକ ପରିଷଦକୁ କହିଥିଲେ । ବୈଠକରେ କର୍ପୋରେଟର, ପୂର୍ବତନ କର୍ପୋରେଟରଙ୍କ ସହ ସ୍ଥାନୀୟ ଅଞ୍ଚଳବାସୀ ଓ ବ୍ୟବସାୟୀମାନେ ଉପସ୍ଥିତ ଥିଲେ ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ଅଧ୍ୟାପକଙ୍କୁ ସରକାରଙ୍କ ଛାଟ, ତଡ଼ା ଖାଇବେ ସାର୍
  • ଚାକିରିଆଙ୍କୁ ଆଶ୍ବସ୍ତି, ଆଉ ବାରମ୍ବାର ମାଗିବାକୁ ପଡ଼ିବନି…
  • ଆଖି ବୁଜିଲା ବୋମା ଖାଇ ଗୁରୁତର ହୋଇଥିବା ହାତୀ
  • ଡାର୍କ ମୋଡ୍‌ରେ ଲାଲ୍ ଗ୍ରହ
  • ଭଣ୍ଡବାବାଙ୍କୁ ଖଣ୍ଡଗିରି ମନା

Recent Comments

No comments to show.

Calender

January 2026
M T W T F S S
 1234
567891011
12131415161718
19202122232425
262728293031  
« Dec    

Categories

  • Uncategorized (104)
  • ଅପରାଧ (196)
  • ଏକ୍ସକ୍ଲୁସିଭ୍ (27)
  • ଖେଳ (51)
  • ଦେଶ ବିଦେଶ (461)
  • ଭିଡିଓ (8)
  • ମନୋରଞ୍ଜନ (39)
  • ରାଜନୀତି (111)
  • ରାଜ୍ୟ (1,487)
  • ସ୍ପେଶାଲ୍ ରିପୋର୍ଟ (261)
©2026 JBR Samachar | Design: Newspaperly WordPress Theme