
ଧରାପଡ଼ିଲା ଧ୍ରୁତ ସେଲ୍ସ ମ୍ୟାନେଜର । ଘରୋଇ ଫାଇନାନ୍ସ କମ୍ପାନୀର ସେଲସ ମ୍ୟାନେଜର ରାମ ନାରାୟଣ ବଳ ଗିରଫ । ବ୍ୟାଙ୍କ ଅକ୍ସନ ଜମି ଜାଲିଆତି ମାମଲାରେ ଭଦ୍ରକ ନିଳାଦ୍ରୀ ବିହାରରୁ ରାମ ନାରାୟଣକୁ ଗିରଫ କରିଛି କ୍ରାଇମବ୍ରାଞ୍ଚ EOW ଟିମ୍ । ଅଭିଯୁକ୍ତକୁ ଗିରଫ ପରେ ଓପିଆଇଡି କୋର୍ଟ କୁ ଚାଲାଣ କରାଯାଇଛି । ରାମ ନାରାୟଣ ବିରୋଧରେ ଜାଲିଆତି କରି ୨୦କୋଟିରୁ ଅଧିକ ଟଙ୍କା ଠକେଇ କରିଥିବା ଅଭିଯୋଗ ହୋଇଛି । ଗିରଫ ପରେ ଅଭିଯୁକ୍ତ ନିକଟରୁ ଅଡ଼ି କାର ଏବଂ ୧୪୪ଟି ଦାମି ମୋବାଇଲ ଫୋନ୍ ଜବତ ହୋଇଛି।
ସେହିପରି ଡିଜେ ସେଟ ଓ ଜେନେରେଟର ସେଟ ଗାଡି ମଧ୍ୟ ଜବତ କରିଛି ଇଓଡବ୍ଲୁ ଟିମ୍ । ନିଜକୁ ଇନସ୍ପେକସନ୍ ଅଫିସର ଭାବେ ପରିଚୟ ଦେଉଥିଲା ଠକ ରାମନାରାୟଣ । ଡିଜିଏମଙ୍କ ନକଲି ଦସ୍ତଖତ ଓ ସିଲ୍ ଜରିଆରେ ଅନେକ ଲୋକଙ୍କୁ ଚୁନା ଲଗାଇଥିବା ଅଭିଯୋଗ ହୋଇଥିଲା ଇଓଡବ୍ଲୁ ନିକଟରେ ।
