
ଭାରସାମ୍ୟ ହରାଇ ବ୍ରିଜ୍ ତଳକୁ ଖସିପଡ଼ିଲା ବାଇକ୍। ଚାଲିଗଲା ବାଇକ୍ ଆରୋହୀଙ୍କ ଜୀବନ। ସୁବର୍ଣ୍ଣପୁର ଜିଲ୍ଲା ୧୨୬ନଂ ଜାତୀୟ ରାଜପଥ ବେଲପଡ଼ା ଛକ ନିକଟ ମଗରକୁନ୍ଦା ବ୍ରିଜ୍ ଉପରୁ ବାଇକ୍ଟି ଖସି ପଡ଼ିଥିବା ସୂଚନା ମିଳିଛି।
ସୂଚନାନୁଯାୟୀ, ବିନିକା ଥାନା ଭ୍ରମରପାଲି ଗାଁର ଯୁଦ୍ଧମନ୍ୟୁ ଦୁଆରୀ ବିନିକା ପଟରୁ ବାଇକ୍ ଯୋଗେ ଯାଉଥିଲେ। ବେଲପଡ଼ା ଛକ ନିକଟ ମଗରକୁନ୍ଦା ବ୍ରିଜ୍ ଉପରୁ ଭାରସାମ୍ୟ ହରାଇ ୨୦ ଫୁଟ୍ ତଳକୁ ଖସି ପଡ଼ିଥିଲେ। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି। ଖବର ପାଇ ପୁଲିସ ପହଞ୍ଚି ଶବ ଜବତ କରି ବିନିକା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ବ୍ୟବଚ୍ଛେଦ ପାଇଁ ପଠାଇଛି। ଏନେଇ ଅଧିକ ତଦନ୍ତ ଜାରି ରହିଥିବା ଥାନା ଆଇଆଇସି ସତ୍ୟନାରାୟଣ ପ୍ରଧାନ କହିଛନ୍ତି।

