
ଢେଙ୍କାନାଳ ଜିଲ୍ଲା ତୁମୁସିଙ୍ଗା ଥାନା କନ୍ତିଓପୁଟସାହି ଗାଁ ପାଖ ବ୍ରାହ୍ମଣୀ ନଦୀରେ ବୁଡି ଜଣେ ବୃଦ୍ଧା ନିଖୋଜ ହୋଇ ଯାଇଛନ୍ତି। ନିଖୋଜ ବୃଦ୍ଧା ଜଣଙ୍କ କନ୍ତିଓପୁଟସାହି ଗାଁର ସୁଲୋଚନା ସାହୁ। ନଦୀରେ ଗାଧୋଉଥିବା ବେଳେ ଅସାବଧାନତା କାରଣରୁ ଭାସି ଯାଇଥିଲେ। ଖବର ପାଇ କାମାକ୍ଷାନଗର ଅଗ୍ନିଶମ ବାହିନୀ ପହଞ୍ଚି ନଦୀରେ ଖୋଜା ଖୋଜି ଜାରି ରଖିଛନ୍ତି।

