
୩୧୨ ଗ୍ରାମ ବ୍ରାଉନସୁଗର ଜବତ ସହ ୨ ଅଭିଯୁକ୍ତ ଗିରଫ । କଟକ କେନ୍ଦ୍ରାଞ୍ଚଳ ଅବକାରୀ ଗୋଇନ୍ଦା ବିଭାଗ ପକ୍ଷରୁ ୨ଟି ସ୍ଥାନରେ ଚଢ଼ାଉ କରି ବ୍ରାଉନସୁଗର ଜବତ କରାଯାଇଛି । ବିଶେଷ ସୂତ୍ରରୁ ଖବରପାଇ ଟାଙ୍ଗୀ ଏବଂ ମଙ୍ଗୁଳି ଛକ ନିକଟରେ ନଜର ରଖିଥିଲା ଅବକାରୀ ଟିମ୍ । ଯାଜପୁର ବୈରୀ ଥାନା ଚମ୍ପାପୂର ଅଞ୍ଚଳର ବାସୁଦେବ ଦାସ ଓ ସରୋଜ କୁମାର ରାଉତକୁ ଗିରଫ କରିଛି ଅବକାରୀ ବିଭାଗ । ତେବେ ବାସୁଦେବ ଠାରୁ ୧୮୦ ଗ୍ରାମ ଏବଂ ସରୋଜ ଠାରୁ ୧୩୨ ଗ୍ରାମ ବ୍ରାଉନସୁଗର ଜବତ କରାଯାଇଛି । ଜବତ ବ୍ରାଉନସୁଗରର ମୂଲ୍ୟ ୩୧ ଲକ୍ଷ ଟଙ୍କା ହେବ ।

