
ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ଥାନା ଖତେଇବେରେଣୀ ଗାଁରେ ସ୍ପର୍ଶକତାର ଘଟଣା। ଯୌତୁକ ନିର୍ଯ୍ୟାତନା ସହ ବୋହୂଙ୍କୁ ମାଡି ବସି ବିଷ ପିଆଇ ଦେଇଥିବା ଭଳି ସଙ୍ଗୀନ ଅଭିଯୋଗ ସାମ୍ନାକୁ ଆସିଛି। ଯାହାକୁ ନେଇ ମାମଲା ଏବେ କଙ୍କଡ଼ାହାଡ଼ ଥାନାରେ ପହଞ୍ଚିଛି। କାମାକ୍ଷାନଗର ଥାନା ସାରୁଆଳୀ ଗାଁର ସୁଚିସ୍ମିତା ସାହୁ ଆଜକୁ ୪ ବର୍ଷ ତଳେ ଖତେଇବେରେଣୀ ଗାଁର କମଳକାନ୍ତ ସାହୁଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ। ବିବାହ ପରଠାରୁ ସୂଚିସ୍ମିତାଙ୍କ ଶାଶୂ ଘର ଲୋକ ତାଙ୍କୁ ଯୌତୁକ ନିର୍ଯ୍ୟାତନା ଦେଇ ଆସୁଥିବା ସେ ଅଭିଯୋଗ କରିଛନ୍ତି। ଏପରିକି ତାଙ୍କୁ ଜୀବନରୁ ମାରି ଦେବା ପାଇଁ ଶାଶୂ ଘର ଲୋକ ମାଡି ବସି ବିଷ ପିଆଇ ଦେଇଥିବା ବେଳେ ତାଙ୍କୁ ଗୁରୁତର ଅବସ୍ଥାରେ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରାଯାଇଛି। ଯାହାକୁ ନେଇ ତଦନ୍ତ କରାଯାଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ସହ ତାଙ୍କୁ ନ୍ୟାୟ ପ୍ରଦାନ ପାଇଁ ପରିବାର ଲୋକେ ଦାବି କରିଛନ୍ତି।

