Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ବୋଲେରୋକୁ ଧକ୍କା ଦେଲା ଅଜଣା ଟ୍ରକ୍, ୩ ଗୁରୁତର ୭ ଆହତ

Posted on October 13, 2025

 

ଘଟଗାଁ ତାରିଣୀ ଦର୍ଶନ କରି ଫେରିବା ବେଳେ ଅଘଟଣ। ବୋଲେରୋକୁ ଧକ୍କା ଦେଲା ଅଜଣା ଟ୍ରକ୍। ସୋମବାର ଭୋର୍ ସମୟରେ ୧୬ ନମ୍ବର ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୩ ଜଣ ଗୁରୁତରଙ୍କ ସମେତ ୧୦ ଜଣ ଆହତ ହୋଇଛନ୍ତି। ଡ୍ରାଇଭର୍‌ଙ୍କ ହାତ ଛିଣ୍ଡି ଯାଇଛି। ତାଙ୍କୁ ଗୁରୁତର ଅବସ୍ଥାରେ ବାଲୁଗାଁ ମେଡିକାଲରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁଯାୟୀ, ବ୍ରହ୍ମପୁର ନିକଟସ୍ଥ କନିସି ଅଞ୍ଚଳର ୧୦ ଜଣ ଯାତ୍ରୀ ଏକ ବୋଲେରୋ ଯୋଗେ ଘଟଗାଁ ମା’ ତାରିଣୀଙ୍କ ଦର୍ଶନ କରିବାକୁ ଯାଇଥିଲେ। ସେଠାରେ ତାରିଣୀ ଦର୍ଶନ କରି ରବିବାର ରାତିରେ କନିସି ଅଭିମୁଖେ ବାହାରିଥିଲେ। ଭୋର ପ୍ରାୟ ୪ଟା ସମୟରେ ଗଞ୍ଜାମ-ଖୋର୍ଦ୍ଧା ଜିଲ୍ଲା ସୀମାରେ ଥିବା ଜଳି ଶଙ୍ଖ ଠାରେ ରାସ୍ତା କଡରେ ଖରାପ ହୋଇ ଛିଡା ହୋଇଥିବା ଏକ ଟ୍ରକ୍‌କୁ ପାସ୍ କରୁଥିବା ବେଳେ ହଠାତ ପଛପଟୁ ଆସୁଥିବା ଆଉ ଏକ ଟ୍ରକ୍ ଦ୍ରୁତଗତିରେ ବୋଲେରୋକୁ ଧକ୍କା ଦେଇଥିଲା। ଫଳରେ ବୋଲେରୋରେ ବସିଥିବା ୩ ଜଣ ଯାତ୍ରୀ ଗୁରୁତର ଆହତ ହୋଇଥିବା ବେଳେ ୭ ଜଣ ସାମାନ୍ୟ ଆହତ ହୋଇଛନ୍ତି। ଏହି ଦୁର୍ଘଟଣାରେ ବୋଲେରୋ ଡ୍ରାଇଭରଙ୍କ ଡାହାଣ ହାତଟି କାନ୍ଧ ପାଖରୁ ସମ୍ପୂର୍ଣ୍ଣ ଛିଣ୍ଡି ଯାଇଛି। ଦୁର୍ଘଟଣା ଘଟାଇବା ପରେ ଟ୍ରକ୍‌ଟି ସେଠାରୁ ଫେରାର୍ ହୋଇଯାଇଛି। 

ଖବର ପାଇ ନାଭାଲ ଫାଣ୍ଡି ପୁଲିସ ଦୁର୍ଘଟଣା ସ୍ଥଳରେ ପହଞ୍ଚି ଗୁରୁତର ଡ୍ରାଇଭରଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ବାଲୁଗାଁ ମେଡିକାଲକୁ ପଠାଇ ଯାତ୍ରୀଙ୍କ ପରିବାର ଲୋକଙ୍କୁ ଖବର ଦେଇଛି। ଖବର ପାଇ କନିସିରୁ ଅନ୍ୟ ଏକ ଗାଡି ଆସି ଯାତ୍ରୀଙ୍କୁ ନେଇ ବ୍ରହ୍ମପୁର ବଡ଼ ମେଡିକାଲ ଅଭିମୁଖେ ଯାଇଥିବା ଜଣାପଡ଼ିଛି। 

 

 

 

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme