
ବୋମା ବିସ୍ଫୋରଣ ରେ ପୁଅର ମୃତ ହୋଇଥିବା ବେଳେ ବାପା ଗୁରୁତର ହୋଇ କଟକ ବଡ ମେଡିକାଲ କୁ ସ୍ଥାନାନ୍ତର ହୋଇଛନ୍ତି । ଜଂଗଲୀ ଜନ୍ତୁ ଶିକାର ପାଇଁ ବ୍ୟବହୃତ ହେଉଥିବା ବୋମା ରେ ବିସ୍ଫୋରଣ ହୋଇ ଏମିତି ଏକ ଅଭାବନୀୟ ଘଟଣା ଘଟିଛି ଅନୁଗୋଳ ଜିଲ୍ଲା ସମଲ ଥାନା ସିପୂର ଗ୍ରାମ ରେ। ସୂଚନା ଅନୁସାରେ ସିପୁର ଗ୍ରାମ ର ପ୍ରମୋଦ ପ୍ରଧାନଙ୍କ ଘରେ ପାରିବାରିକ କଳହ କାରଣ ରୁ ହାତରେ ଏକ ଜଂଗଲୀ ଜନ୍ତୁ ଶିକାର ପାଇଁ ବ୍ୟବହୃତ ବୋମା ଆଣି ଭୟ ଦେଖାଉଥିବାବେଳେ ସେହି ସମୟରେ ତାଙ୍କ ପୁଅ ଠେଙ୍ଗୁ ପ୍ରଧାନ ତାଙ୍କୁ ଅଟକାଇବା ପାଇଁ ଚେଷ୍ଟା କରିବା ସମୟରେ ଉଭୟ ଠେଲା ପେଲା ହେବା ଭିତରେ ବୋମା ଟି ଫୁଟି ଯାଇଥିଲା। ଏଥିରେ ପ୍ରମୋଦ ଙ୍କ ହାତ ଟି ନଷ୍ଟ ହୋଇଯାଇଥିବା ବେଳେ ତାଙ୍କୁ କଟକ SCB ମେଡିକାଲ କୁ ସ୍ଥାନାନ୍ତରିତ କରାଯାଇଥିବା ବେଳେ ପୁଅ କୁ ଆହତ ଅବସ୍ଥା ରେ ଖମାର୍ ମେଡିକାଲ ଭର୍ତ୍ତି କରାଯାଇଥିଲା । ତେବେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ । ପରେ ସମଲ ପୋଲିସ ଘଟଣା ସ୍ଥଳରେ ପହଁଚି ଶବ କୁ ଜବତ କରି ଘଟଣା ର ଅଧିକ ତଦନ୍ତ ଜାରି ରଖିଛି।

