
ପୁରୀ ଜିଲ୍ଲାର ଅସ୍ତରଙ୍ଗ ବେଳାଭୂମିରେ ବଡ଼ ଜୁଆର ସମୟରେ ହଜାର ହଜାର ଜେଲି ଫିସ୍ ଭାସି ଆସିଛନ୍ତି। ସମୁଦ୍ରର ଗଭୀର ଭାଗରୁ ଆସିଥିବା ବ୍ଲୁ ବଟମ୍ ଜେଲି ଫିସ୍ ଦେଖିବାକୁ ପର୍ଯ୍ୟଟକ ଭିଡ଼ ଲାଗିଛି।
ସମୁଦ୍ରର ତାରଙ୍ଗ ଅଶାନ୍ତ ଥିବାରୁ ଏହି ଅଦ୍ଭୁତ ଦୃଶ୍ୟ ଦେଖିବାକୁ ମିଳିଛି। ଜେଲି ଫିସ୍ ଭାସିଆସି ବେଳାଭୂମିରେ ଥିବା ଦୃଶ୍ୟ ପର୍ଯ୍ୟଟକମାନଙ୍କୁ ମନ୍ମୋହିତ କରିଛି।
