Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ବେଧଡ଼କ ଚାଲିଥିଲା ବାଲି ଚୋରା ଚାଲାଣ, ତିନି ଟ୍ରାକ୍ଟର ଜବତ

Posted on October 14, 2025

ମହଙ୍ଗା ପଡ଼ିଲା ବାଲି ମାଫିଆଙ୍କ ଔଦ୍ଧତ୍ୟ । ବାଲି ଚୋରାଚାଲାଣ ବେଳେ ଚଢାଉ କଲା ମାଇନିଂ ଡିପାର୍ଟମେଣ୍ଟ। ପାଟଣାଗଡ଼ରେ ବେଧଡ଼କ ଚାଲିଥିଲା ବାଲି ଚୋରା ଚାଲାଣ । ଧରିଲା ମାଇନିଂ ଡିପାର୍ଟମେଣ୍ଟ । ତିନି ଟ୍ରାକ୍ଟର ଜବତ କଲା ମାଇନିଂ ଡିପାର୍ଟମେଣ୍ଟ । ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଅଞ୍ଚଳରୁ ଗତକାଲି ରାତିରେ ବେଆଇନ ଭାବରେ ତିନୋଟି ଟ୍ରାକ୍ଟର ରେ ବାଲି ଚୋରା ଚାଲାଣ ହେଉଥିବା ବେଳେ ଜବତ କରି ପାଟଣାଗଡ଼ ଥାନା ଜୀମା ଦେଇଛି ମାଇନିଂ ଡିପାର୍ଟମେଣ୍ଟ । ଏହି ଖବର ହଠାତ ମାଇନିଂ ଡିପାର୍ଟମେଣ୍ଟ ପାଖରେ ପହଞ୍ଚିବା ପରେ ସଜାଗ ହୋଇଥିଲା ଡିପାର୍ଟମେଣ୍ଟ ଆଉ ଏହି ଟ୍ରାକ୍ଟରଗୁଡ଼ିକ କାବୁ କରିବା ପାଇଁ ରଚିଥିଲା ଯୋଜନା ।

ମାଇନିଂ ଡିପାର୍ଟମେଣ୍ଟ ପାଖରେ ବାଲି ଚୋରା ଚାଲାଣ ହେଉଥିବା ଖବରଥିବା ବେଳେ ବିଭିନ୍ନ ଜାଗାରେ ଚଢ଼ାଉ କରାଯାଉଥିଲା । ପାଟଣାଗଡ଼ ଥାନା କଉଡିଆ ଛକ ନିକଟରେ ତିନୋଟି ବାଲି ବୋଝେଇ ଟ୍ରାକ୍ଟର ଆସୁଥିବା ଦେଖି ମାଇନିଂ ଡିପାର୍ଟମେଣ୍ଟ ଅଟକାଇ ପଚରା ଉଚରା କରିବା ପରେ ତାହା ବେଆଇନ ଭାବରେ ଚାଲାଣ ହେଉଥିବା ସୂଚନା ମିଳିଥିଲା । ପରେ ଟ୍ରାକ୍ଟର ତିନୋଟିକୁ ଜବତ କରି ପାଟଣାଗଡ଼ ଥାନାରେ ଜୀମା ଦେଇଛନ୍ତି ମାଇନିଂ ଡିପାର୍ଟମେଣ୍ଟର ଅଧିକାରୀ ।

ତେବେ ଏହି ବାଲି ଚୋରା ଚାଲାଣ ପଛରେ କାହାର ହାତ ଅଛି ତାହା ଅଧିକ ତଦନ୍ତ ହେଲା ପରେ ହିଁ ଜଣା ପଡ଼ିବ । ଦିନକୁ ଦିନ ବାଲି ମାଫିଆଙ୍କର ଦୌରାତ୍ମ୍ୟ ବଢ଼ି ଚାଲୁଥିବା ବେଳେ ଏହାକୁ ରୋକିବା ପାଇଁ ସାଧାରଣରେ ଦାବି ହୋଇଛି ।

 

 

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme