
ଆନନ୍ଦପୁର ଥାନା ଷଡ଼ଙ୍ଗୀ ଗ୍ରାମରେ ପୁଅ ଝିଅଙ୍କ ବେକରେ ଜୋତମାଳ ପିନ୍ଧାଇ ଗାଁ ଦାଣ୍ଡରେ ବୁଲାଇବା ଭିଡିଓ ଭାଇରାଲ ହେଉଛି । ଏହାକୁ ନେଇ ଥାନାରେ ଅଭିଯୋଗ ପରେ ଆନନ୍ଦପୁର ପୁଲିସ ୨୮୬/୨୫ ରେ ଏକ ମାମଲା ରୁଜୁ କରି ଷଡ଼ଙ୍ଗୀ ଗ୍ରାମର ମିନତୀ ହୋ, ଲମ୍ବୋଧର ହୋ, ବାଣୀ ପୂର୍ତ୍ତି, ଦଣ୍ଡରା ହୋ ଚାରି ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ଫନୀନ୍ଦ୍ର ନାୟକଙ୍କ ଠାରୁ ସୂଚନା ମିଳିଛି ।
ସୂଚନା ଯୋଗ୍ୟ, ଷଡ଼ଙ୍ଗୀ ଗ୍ରାମର ଜଣେ ଯୁବକ ଧାନ ଜମିରେ ଚାଷ କାର୍ଯ୍ୟ ସାରି ଘରକୁ ଫେରିବା ବାଟରେ ଗାଁ ମୁଣ୍ଡରେ ହାଣ୍ଡିଆ ପିଇବାକୁ ଅଟକିଥିଲା । ଜଣେ ମହିଳା ଯୁବକଙ୍କୁ ହାଣ୍ଡିଆ ଦେଇ ଘରକୁ ଯାଇଥିଲେ । ମହିଳାଙ୍କ ପଛେ ପଛେ ଯୁବକ ଜଣଙ୍କ ଘରକୁ ପଶିଯିବାରୁ ବାହାରେ ଥିବା କିଛି ମହିଳା ଓ ପୁରୁଷ ବାହାରପାଶ୍ୱର୍ରୁ କବାଟ ବନ୍ଦ କରିଦେଇଥିଲେ । ପରେ ମହିଳାଙ୍କ ସ୍ୱାମୀ ଆସିବା ପରେ ଗ୍ରାମର କେତେକ ମହିଳା ପୁରୁଷ ଘରେ ଥିବା ପୁରୁଷ ଓ ମହିଳାଙ୍କୁ ବାହାରକୁ ବାହାର କରି ବେକରେ ଜୋତମାଳ ପିନ୍ଧାଇ ଗାଁ ବୁଲାଇଥିଲେ । ଯାହାର ଭିଡିଓ ଭାଇରଲ ହେବା ପରେ ଘଟଣା ଚର୍ଚ୍ଚାକୁ ଆସିଥିଲା ।
