Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ବେଆଇନ ପାର୍କିଂ ଯୋଗୁଁ ରେଳ ଯାତ୍ରୀ ହଟହଟା

Posted on October 23, 2025

ନିରାକାରପୁର :ସ୍ଥାନୀୟ ନିରାକାରପୁର ରେଳଷ୍ଟେସନର ୪ନମ୍ବର ପ୍ଲାଟଫର୍ମର ମୁଖ୍ୟ ଫାଟକଟି ଗତକିଛି ଦିନ ଧରି ବେଆଇନ ପାର୍କିଂସ୍ଥଳୀ ପାଲଟିଛି। ଅନୁରୂପଭାବେ ଦୀପାବଳି ପର୍ବ ଥିବାରୁ ସନ୍ଧ୍ୟାରେ ବ୍ୟାପକ ଭିଡ଼ ଦେଖିବାକୁ ମିଳିଥିଲା।କିଏ ସମ୍ପର୍କୀୟଙ୍କୁ ଟ୍ରେନକୁ ଛାଡିବାକୁ ଆସି ଘଣ୍ଟା ଘଣ୍ଟା ଏଠାରେ ବାଇକ ଅଥବା ଅନ୍ୟାନ୍ୟ ଯାନ ରଖି ଯାଉଥିବା ବେଳେ ଆଉ କେତେକ ସମ୍ପର୍କୀୟଙ୍କୁ ଆଣିବା ଉଦେଶ୍ୟରେ ଆସି ବାଇକ ରଖି ଭିଡ଼ ଜମାଉଛନ୍ତି। ଏପରିକି ଆଉକେତେକ ବିନା କାରଣରେ ଆସି ଏଠାରେ ଦିନ ତମାମ ବାଇକ ରଖି ଆଡ୍ଡା ଜମାଉଛନ୍ତି। ଏଭଳି ବିଭିନ୍ନ କାରଣରୁ ମୁଖ୍ୟ ଫାଟକଟି  ବେଆଇନ ବାଇକ ପାର୍କିଂରେ ଯାତ୍ରୀଙ୍କ ଯା ଆସ ରାସ୍ତାକୁ ଅବରୋଧ କରୁଛନ୍ତି। ଫଳରେ ଟ୍ରେନରୁ ଓଲ୍ହାଉଥିବା ଏପରିକି ଟ୍ରେନକୁ ଯିବାକୁ ଥିବା ବରିଷ୍ଠ ନାଗରିକଙ୍କ ସମେତ ଭିନ୍ନକ୍ଷମ ବ୍ୟକ୍ତି ବିଶେଷ ଦୈନିକ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପୂର୍ବରୁ ଏଠାରେ ବିଭାଗ ପକ୍ଷରୁ ପାର୍କିଂଟି କୌଣସି କାରଣରୁ ଉଠିଯିବା ପରେ ଉକ୍ତ ସ୍ଥାନଟି ଏକ ପ୍ରକାର ଲଗାମ ଛଡା ହୋଇପଡିଛି। ସନ୍ନିକଟରେ ରେଳବାଇ ପୁଲିସ ଫାଣ୍ଡି ଓ ରେଳ ସୁରକ୍ଷାବଳର ଆଉଟ ପୋଷ୍ଟରେ କର୍ମଚାରୀ ଥିଲେ ସୁଦ୍ଧା ଏଥିପ୍ରତି ସେମାନଙ୍କ ଦୃଷ୍ଟି ନପଡିବା ବିଡମ୍ବନାର ବିଷୟ। ଫଳରେ ଏଭଳି ଅସୁବିଧା ନିମନ୍ତେ ଦୈନିକ ରେଳଯାତ୍ରୀମାନେ ଉକ୍ତ ସ୍ଥାନ ଅତିକ୍ରମ କଲାବେଳେ ନାକେଦମ ହେଉଥିବା କେତେକ ରେଳଯାତ୍ରୀ ଅଭିଯୋଗ କରିଛନ୍ତି। ଅସୁବିଧା ସତ୍ୱେ ସ୍ଥାନୀୟ ଲୋକଙ୍କୁ ଭୟକରି ପାଟି ଫିଟାଉ ନଥିବା କେତେକ ଦୈନିକ ରେଳଯାତ୍ରୀ ନିଜର ନାମକୁ ଗୋପନ ରଖି ଅଭିଯୋଗ କରିଛନ୍ତି। ରେଳବିଭାଗ ଉଚ୍ଚକର୍ତ୍ତୃପକ୍ଷ ଓ ରେଳ ବିଭାଗ ପୁଲିସ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି। ସୂଚନାଯୋଗ୍ୟକି, ଖୋର୍ଦ୍ଧା ପୂର୍ବତଟ ରେଳବାଇର ନିରାକାରପୁର ଏକ ପ୍ରମୁଖ ରେଳଷ୍ଟେସନ। ଏଠାରେ ସମସ୍ତ ପାସେଞ୍ଜର ଟ୍ରେନଠାରୁ ଆରମ୍ଭକରି ପ୍ରଶାନ୍ତି, ହୀରାଖଣ୍ଡ, ତପସ୍ୱିନୀ, ଇଷ୍ଟକୋଷ୍ଟ ଆଦି ଭଳି ଦ୍ରୁତଗାମୀ ଟ୍ରେନର ରହଣି ଅଛି।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme