Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu
mada jabata

ବୀଜମରା ବିଦେଶୀ ଠିପି ବନ୍ଦ ମଦ ଦୋକାନ ରୁ ୮ ଲକ୍ଷ ଚୋରୀ

Posted on September 30, 2025

ସନ୍ଧlନୀ କୁକୁର ଏବଂ ସାଇଣ୍ଟିଫିକ ଟିମର କରୁଛି ତଦନ୍ତ

କଲମପୁର: କଳାହାଣ୍ଡି ଜିଲ୍ଲା କଲମପୁର ଥାନା ଅନ୍ତର୍ଗତ ବୀଜମରା ଗ୍ରାମରେ ଥିବା ବିଦେଶୀ ଠିପି ବନ୍ଦ ମଦ ଦୋକାନ ରୁ ୮ ଲକ୍ଷ ଟଙ୍କା  ଚୋରୀ ଅଭିଯୋଗ ହୋଇଛି l ଅଭିଯୋଗ ପାଇ ପୁଲିସ ତନାଘନା ତଦନ୍ତ ଜାରି ରଖିଛି l

ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ କିଛି ଦୁର୍ବୁତ୍ତ ଯୋଜନାବଦ୍ଧ ଭାବେ ଦୋକାନ କୁ ପଶି କାଉଣ୍ଟରରେ ଥିବା ପ୍ରାୟ ୮ ଲକ୍ଷ ଟଙ୍କାକୁ ଦୁର୍ବୁତ୍ତ ମାନେ ନେଇ ଯାଇଥିଲେ l ପ୍ରମାଣ ନଷ୍ଟ ପାଇଁ ସିସିଟିଭି ଭାଙ୍ଗି ହାର୍ଡ ଡିସ୍କକୁ ମଧ୍ୟ ନେଇଯାଇଛନ୍ତି। ଦୋକାନର କର୍ମଚାରୀ ସମୂହ ମାଲିକଙ୍କୁ ଜଣାଇବାରୁ ମାଲିକ କଲମପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। କଲମପୁର ଥାନା ପୁଲିସ ଅଧିକ‌ାରୀ ବିଶ୍ୱମ୍ବର କହଁର ଅଭିଯୋଗକୁ ଭିତ୍ତିକରି କେସ ଏକ ମାମଲା ରୁଜୁ କରିଥିଲେ। ଘଟଣା ସ୍ଥଳରେ କଲମପୁର ପୁଲିସ ପ୍ରାଥମିକ ତଦନ୍ତ କରିଥିଲେl ଥାନା ଅଧିକାରୀ ଶ୍ରୀ କହଁର ଘଟଣା ସମ୍ପର୍କରେ ଧର୍ମଗଡ଼ ଏସଡିପିଓ ଚୂଡ଼ାମଣି ଭୋଇଙ୍କୁ ଜଣାଇବାରୁ ତଦନ୍ତରେ ଆସି ପାରିପାର୍ଶ୍ଵିକ ସ୍ଥିତି ଅନୁଧ୍ୟାନ କରିବା ସହ ପାଖ ପଡୋଶୀ ମାନଙ୍କୁ ପଚରାଉଚରା କରିଥିଲେ। ଅଧିକ ତଦନ୍ତ ପାଇଁ ସନ୍ଧlନୀ କୁକୁର ଏବଂ ସାଇଣ୍ଟିଫିକ ଟିମର ସାହାଯ୍ୟ ମାଗିଥିଲେl ସନ୍ଧlନୀ କୁକୁର ଏବଂ ସାଇଣ୍ଟିଫିକ ଟିମର ସହଯୋଗରେ ପୁଲିସ ତଦନ୍ତ ଜାରି ରଖିଛିl

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme