
ବିହାରରେ ବିଜେପି ନେତୃତ୍ୱାଧୀନ ଏନଡିଏ ମେଣ୍ଟ ସରକାର ଗଠନ ପାଇଁ ସ୍ପଷ୍ଟ ଅଗ୍ରଗତିରେ ରହିଛି। ମୋଟ ୬ଟି ଏକଜିଟ ପୋଲ ଆକଳନରେ ଏନଡିଏ ପକ୍ଷରେ ଫଳ ଆସିଛି।
ଦୈନିକ ଭାସ୍କର ଅନୁସାରେ, ଏନଡିଏ ୧୪୫ରୁ ୧୬୦ ଆସନ ପାଇପାରେ, ଯେଉଁଠି ମହାଗଠବନ୍ଧନକୁ ୭୩ରୁ ୯୧ ଆସନ ମିଳିବ। ମାଟ୍ରିଜ ଏନଡିଏକୁ ୧୪୭–୧୬୭ ଓ ମହାଗଠବନ୍ଧନକୁ ୭୦–୯୦ ଆସନ ଦେଇଛି।
ଚାଣକ୍ୟ, ଜେଭିସି, ପି ମାର୍କ ଓ ପିପୁଲସ୍ ପଲସ ମଧ୍ୟ ଏନଡିଏକୁ ସ୍ପଷ୍ଟ ଅଗ୍ରଗତି ଦେଖାଇଛି। ପ୍ରଶାନ୍ତ କିଶୋରଙ୍କ ଜନସୁରାଜ ପାର୍ଟି କୌଣସି ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ପକାଇପାରିନାହିଁ।
ବିହାର ବିଧାନସଭାରେ ମୋଟ ୨୪୩ଟି ଆସନ ରହିଛି, ଯେଉଁଠି ସରକାର ଗଠନ ପାଇଁ ୧୨୨ଟି ଆସନ ଆବଶ୍ୟକ।
