Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ବିହାରରେ ପ୍ରଥମ ପର୍ଯ୍ୟାୟ ଭୋଟିଂ: ମହାଗଠବନ୍ଧନ ଓ NDA ମଧ୍ୟରେ ମହାଟକ୍କର

Posted on November 6, 2025

ବିହାରରେ ଆଜି ପ୍ରଥମ ପର୍ଯ୍ୟାୟରେ ୧୮ଟି ଜିଲ୍ଲାର ୧୨୧ଟି ନିର୍ବାଚନମଣ୍ଡଳୀରେ ଭୋଟ ଗ୍ରହଣ ଚାଲିଛି । ପାଟନା, ନାଳନ୍ଦା, ମୁଜାଫରପୁର, ଭାଗଲପୁର ଓ ଲକ୍ଷ୍ମୀସରାଇ ସମେତ ଅନେକ ଜିଲ୍ଲା ଏଥିରେ ଅନ୍ତର୍ଭୁକ୍ତ ।

ମୋଟ ୩ କୋଟି ୭୫ ଲକ୍ଷ ଭୋଟର ୧ହଜାର ୩୧୪ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଣ୍ଣୟ କରୁଛନ୍ତି । NDA ଓ ମହାଗଠବନ୍ଧନ ମଧ୍ୟରେ ହେଉଛି ମୁଖ୍ୟ ମୁକାବିଲା ।

ରଘୋପୁରରୁ ଆରଜେଡି ନେତା ତେଜସ୍ବୀ ଯାଦବ ପ୍ରତିଦ୍ବନ୍ଦିତା କରୁଛନ୍ତି, ତାଙ୍କ ବିପକ୍ଷରେ ଅଛନ୍ତି ବିଜେପିର ସତୀଶ କୁମାର । ସେପରି ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ଓ ତେଜପ୍ରତାପ ଯାଦବ ମଧ୍ୟ ଭାଗ୍ୟ ପରୀକ୍ଷା କରୁଛନ୍ତି ।

୨୦୨୦ ନିର୍ବାଚନରେ ଏହି ୧୨୧ ଆସନରୁ ମହାଗଠବନ୍ଧନ ୬୩ ଓ NDA ୫୫ ଆସନରେ ବିଜୟୀ ହୋଇଥିଲା । କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଭୋଟ ହେଉଛି, ସମସ୍ତ ବୁଥରେ ୱେବକାଷ୍ଟିଂ ବ୍ୟବସ୍ଥା ରହିଛି ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme