
ବିହାରରେ ଆଜି ପ୍ରଥମ ପର୍ଯ୍ୟାୟରେ ୧୮ଟି ଜିଲ୍ଲାର ୧୨୧ଟି ନିର୍ବାଚନମଣ୍ଡଳୀରେ ଭୋଟ ଗ୍ରହଣ ଚାଲିଛି । ପାଟନା, ନାଳନ୍ଦା, ମୁଜାଫରପୁର, ଭାଗଲପୁର ଓ ଲକ୍ଷ୍ମୀସରାଇ ସମେତ ଅନେକ ଜିଲ୍ଲା ଏଥିରେ ଅନ୍ତର୍ଭୁକ୍ତ ।
ମୋଟ ୩ କୋଟି ୭୫ ଲକ୍ଷ ଭୋଟର ୧ହଜାର ୩୧୪ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଣ୍ଣୟ କରୁଛନ୍ତି । NDA ଓ ମହାଗଠବନ୍ଧନ ମଧ୍ୟରେ ହେଉଛି ମୁଖ୍ୟ ମୁକାବିଲା ।
ରଘୋପୁରରୁ ଆରଜେଡି ନେତା ତେଜସ୍ବୀ ଯାଦବ ପ୍ରତିଦ୍ବନ୍ଦିତା କରୁଛନ୍ତି, ତାଙ୍କ ବିପକ୍ଷରେ ଅଛନ୍ତି ବିଜେପିର ସତୀଶ କୁମାର । ସେପରି ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ଓ ତେଜପ୍ରତାପ ଯାଦବ ମଧ୍ୟ ଭାଗ୍ୟ ପରୀକ୍ଷା କରୁଛନ୍ତି ।
୨୦୨୦ ନିର୍ବାଚନରେ ଏହି ୧୨୧ ଆସନରୁ ମହାଗଠବନ୍ଧନ ୬୩ ଓ NDA ୫୫ ଆସନରେ ବିଜୟୀ ହୋଇଥିଲା । କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଭୋଟ ହେଉଛି, ସମସ୍ତ ବୁଥରେ ୱେବକାଷ୍ଟିଂ ବ୍ୟବସ୍ଥା ରହିଛି ।
