Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ବିଷ ବଳୟରେ କୋଇଲା ନଗରୀ ତାଳଚେର, ୩୩୨ ଏକ୍ୟୁଆଇ ସହ ସହରର ସ୍ଥିତି ସାଂଘାତିକ

Posted on January 5, 2026

ସାରା ଦେଶରେ ବାୟୁ ପ୍ରଦୂଷଣରେ ତାଳଚେର ପ୍ରଥମ। ଦିଲ୍ଲୀର ବାୟୁ ପ୍ରଦୂଷଣକୁ ଟପିଯାଇଛି ତାଳଚେର। ଗତକାଲି ୩୩୨ ଏକ୍ୟୁଆଇ ସହ ସବୁଠାରୁ ପ୍ରଦୂଷିତ ସହର ଭାବରେ ତାଳଚେର ପରିଗଣିତ ହୋଇଛି । ଯାହାକୁ ନେଇ ପଦକ୍ଷେପ ନେଇଛନ୍ତି ଅନୁଗୋଳ ଜିଲ୍ଲାପାଳ। ଲାଗୁ ହୋଇଛି ଗ୍ରାପ-୨ କଟକଣା। ଏହି କଟକଣାରେ ୧୨ଟି ସର୍ତ୍ତ ରଖିଛନ୍ତି ଜିଲ୍ଲାପାଳ। ଆଉ ନିୟମକୁ କଡାକଡି ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।ଭାରତୀୟ ନାଗରିକ ସୁରକ୍ଷା ସଂହିତାର ଧାରା ୧୬୩ ଅନୁଯାୟୀ ତାଳଚେର ପୌରପାଳିକାରେ ବାୟୁ ଗୁଣବତ୍ତା ଖରାପ ଥିବାରୁ GRAP -II ନିର୍ଦ୍ଦେଶାବଳୀକୁ ବିଚାର କରି ତାଳଚେର ପୌରପାଳିକା ଅଞ୍ଚଳରେ କଟକଣା ଲାଗୁ କରାଯାଇଛି। ଏହା ଅଧୀନରେ ପ୍ରତିଦିନ ସନ୍ଧ୍ୟା ୬ ଟାରୁ ସକାଳ ୧୦ଟା ପର୍ଯ୍ୟନ୍ତ ସମସ୍ତ ନିର୍ମାଣ କାର୍ଯ୍ୟକଳାପକୁ ନିଷେଧ କରିବା ସହ ପୌରପାଳିକା ସୀମା ମଧ୍ୟରେ କରାଯିବାକୁ ଥିବା ଯେକୌଣସି ଭଙ୍ଗା କିମ୍ବା ମାଟି କାମକୁ ନିଷେଧ କରାଯାଇଛି । ପୌରପାଳିକା, NHAI ଏବଂ MCL ଦିନକୁ ଅତି କମରେ ୩ ଥର ରାସ୍ତାରେ ପାଣି ସିଞ୍ଚନ କରିବବା ସହ ତାଳଚେର ସହର ଭିତରକୁ ଭାରୀ ଟ୍ରକ ପ୍ରବେଶକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି। ଖୋଲାରେ ଅଳିଆ ଜାଳିବା, ଢାବା ଇତ୍ୟାଦିରେ କୋଇଲା ଜାଳିବା ଏବଂ ଯେକୌଣସି ପ୍ରକାରର ଖୋଲା ନିଆଁ ଲଗାଇବାକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି। ସବ-କଲେକ୍ଟର, ତାଳଚେର ଏବଂ RTO ଙ୍କ ନେତୃତ୍ୱରେ ଦିନ ସମୟରେ ସମସ୍ତ କୋଇଲା ଏବଂ ପାଉଁଶ ଟ୍ରକ ଚଳାଚଳ ଉପରେ ପୃଥକ କଟକଣା ଜାରି କରିବେ। NH-୧୪୯ରେ କୌଣସି ବିନା ପାଲ ଭିଡାରେ ଟ୍ରକ୍ ଚଳାଚଳ କରିବାକୁ ଅନୁମତି ଦିଆଯାଇ ନାହିଁ । ସେହିପରି NHAI ଏବଂ ନିର୍ବାହୀ ଯନ୍ତ୍ରୀ, NH ଡିଭିଜନ, ପାଲଲହଡ଼ା ସେମାନଙ୍କର ସମସ୍ତ ନିର୍ମାଣ ସ୍ଥାନରେ ପାଣି ସିଞ୍ଚନ କରିବେ। ଏହି ନିର୍ଦ୍ଦେଶ ୭ ଦିନ ପାଇଁ ବଳବତ୍ତର ରହିବ। ନିୟମକୁ କଡ଼ାକଡ଼ି ପାଳନ କରିବାକୁ ପୋଲିସ, ପୌରପାଳିକା, ସମସ୍ତ କାର୍ଯ୍ୟନିର୍ବାହୀ ସଂସ୍ଥା ଏବଂ RTOକୁ ନିର୍ଦ୍ଦେଶ ଦିଆଯାଇଛି। ଅନ୍ୟପଟେ ତାଳଚେର ଉପଜିଲ୍ଲାପାଳ ଏହାକୁ ସଠିକ ରୂପେ ତଦାରଖ କରିବା ସହ ଏଥିରେ ଖିଲାପ କରୁଥିବା କିମ୍ବା ପ୍ରଦୂଷଣ ନିୟମ ଉଲଂଘନକାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ସୂଚନା ଦେଇଛନ୍ତି ।

ତାଳଚେରରରେ ପ୍ରଦୂଷଣର ସମସ୍ୟା ଦୀର୍ଘ ଦିନର ହୋଇଥିବା ବେଳେ ଏଥିପ୍ରତି ସରକାର ପ୍ରଦୂଷଣ ବିଭାଗ ବେଶ ଯତ୍ନବାନ ହେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି । ନଚେତ ଆଗାମୀ ଦିନରେ ବିଷ ବଳୟ ଭିତରକୁ ସମ୍ପୂର୍ଣ୍ଣ ସହର ଠେଲି ହୋଇଯିବା ନେଇ ମତପ୍ରକାଶ ପାଇଛି ।ଦିନକୁ ଦିନ ବାୟୁର ମାନ ଅତ୍ୟନ୍ତ ଖରାପ ଆଡ଼କୁ ଗତି କରୁଥିବା ବେଳେ ଏବେ ଚିନ୍ତାରେ ରହିଛନ୍ତି ଅଞ୍ଚଳବାସୀ । ବାୟୁ ପ୍ରଦୂଷଣ ଯୋଗୁଁ ଶ୍ୱାସ ଜନିତ ରୋଗୀଙ୍କ ସଂଖ୍ୟା ବଢ଼ି ବଢି ଚାଲିଥିବା ବେଳେ ଥମିବାର ନାଁ ନେଉନି ବାୟୁ ପ୍ରଦୂଷଣ । ତେବେ ଦୀର୍ଘ ଦିନରୁ ବାୟୁ ପ୍ରଦୂଷଣକୁ ନେଇ ଅଞ୍ଚଳବାସୀ ଦାବି କରି ଆସୁଥିଲେ ମଧ୍ୟ ଏହା କାଗଜ କଲମରେ ଅଟକି ଯାଉଥିବା ଅଞ୍ଚଳବାସୀ ଅଭିଯୋଗ ଆଣିଛନ୍ତି । ପ୍ରଦୂଷଣର ମାତ୍ରା ବିଭିନ୍ନ ଶିଳ୍ପ ସଂସ୍ଥା ସହ ଭାରିଯାନ ଚଳାଚଳ ଦ୍ୱାରା ଧୂଳି ଧୂଆଁ ବୃଦ୍ଧି ପାଉଥିବା ବେଳେ ପ୍ରଦୂଷଣ ବିଭାଗ କେବଳ ଗୋଟିଏ ଚିଠି କରି ନିରବ ବସୁଥିବା ବେଳେ କମ୍ପାନୀ ଗୁଡିକ ପ୍ରଦୂଷଣ ନିୟମକୁ ନମାନି ଦିନକୁ ଦିନ ପ୍ରଦୂଷଣର ମାତ୍ରାକୁ ବୃଦ୍ଧି କରିବାରେ ଲାଗିଛନ୍ତି । କେବଳ ଧର୍ମକୁ ଆଖିଠାର ସଦୃଶ ନିୟମ ହେଉଥିବା ବେଳେ ଏହା କାର୍ଯ୍ୟକାରି ହେଉନଥିବା ଅଭିଯୋଗ ହୋଇଛି । ଜିଲ୍ଲା ପ୍ରଶାସନ ଓ ପ୍ରଦୂଷଣ ବିଭାଗ ଶିଳ୍ପ ସଂସ୍ଥା କତ୍ତୃପକ୍ଷ ଙ୍କ ପ୍ରତି କଠୋର ମନଭାବ ପ୍ରତିପୋଷଣ କରିବା ସହ ବୃକ୍ଷ ରୋପଣ କୁ ଅଗ୍ରାଧିକାର ଦିଆଗଲେ ପ୍ରଦୂଷଣର ମାତ୍ରା ଉପରେ ଅଙ୍କୁଶ ଲାଗି ପାରିବ ବୋଲି ବୁଦ୍ଧିଜୀବୀ ମତପ୍ରକାଶ କରିଛନ୍ତି ।

ତେବେ ପ୍ରଦୂଷଣକୁ ନେଇ ଜିଲ୍ଲା ପ୍ରଶାସନ ଜାରି କରିଥିବା କଟକଣା କାର୍ଯ୍ୟକାରୀ ହେଉଛି ନାଁ କାଗଜ କଲମରେ ଅଟକି ରହୁଛି ତାକୁ ହିଁ ଅପେକ୍ଷା ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme