Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ବିଶ୍ୱର ସବୁଠୁ ବଡ଼ ଶିବଲିଙ୍ଗ, ବାରାଣସୀ-ଅଯୋଧ୍ୟା ପଣ୍ଡିତଙ୍କ ଦ୍ୱାରା ସ୍ଥାପିତ

Posted on January 18, 2026

 ବିହାର, ମୋତିହାରୀର କାଥ୍ୱଲିଆ ସ୍ଥିତ ବିରାଟ ରାମାୟଣ ମନ୍ଦିରରେ ଶନିବାର ସ୍ଥାପିତ ହୋଇଛି ବିଶ୍ୱର ସବୁଠୁ ବଡ଼ ଶିବଲିଙ୍ଗ । ବାରାଣସୀ ଓ ଅଯୋଧ୍ୟାରୁ ଆସିଥିବା ପଣ୍ଡିତମାନେ ମନ୍ତ୍ରୋଚ୍ଚାରଣ ଓ ପୂଜାର୍ଚ୍ଚନା କଲେ । ହର ହର ମହାଦେବ ଉଚ୍ଚାରଣ ସହିତ ସହସ୍ରାଲିଙ୍ଗମ୍ ଶିବଲିଙ୍ଗ ସ୍ଥାପନା ହେଲା । ଏ ଅବସରରେ ହେଲିକପ୍ଟରରୁ ପୁଷ୍ପ ବୃଷ୍ଟି କରାଗଲା । କଳା ଗ୍ରାନାଇଟ୍ରେ ନିର୍ମିତ ୨୧୦ ଟନ୍ର ଏହି ଶିବଲିଙ୍ଗ ସ୍ଥାପନ ଅବସରରେ ସମଗ୍ର ଦେଶର ସାଧୁ-ସନ୍ଥ ଓ ଶ୍ରଦ୍ଧାଳୁ ଯୋଗ ଦେଇଥିଲେ । ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏବଂ ଉପ-ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧରୀ ଓ ବିଜୟ ସିହ୍ନା ମଧ୍ୟ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

ମହାବୀର ମନ୍ଦିର ନ୍ୟାସ ବୋର୍ଡର ସଚିବ ସାୟନ କୁଣାଳ ଓ ତାଙ୍କ ସାଂସଦ ପତ୍ନୀ ଶାଂଭବୀ ପୂଜା କଲେ । ଅଯୋଧ୍ୟା ଓ ବାରାଣସୀରୁ ଆସିଥିବା ୭ ବ୍ରାହ୍ମଣ ମନ୍ତ୍ରୋଚ୍ଚାରଣ ସହିତ ପୂଜା ଆରମ୍ଭ କଲେ । ପୂଜା ପରେ ହୋମ ଏବଂ ଶେଷରେ ଶିବଲିଙ୍ଗ ସ୍ଥାପନା ହେଲା । ହଜାର ହଜାର ଶ୍ରଦ୍ଧାଳୁ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଶିବଲିଙ୍ଗ ସ୍ଥାପନା ପାଇଁ କୈଳାସ ମାନସରୋବର, ଗଙ୍ଗୋତ୍ରୀ, ଯମୁନେତ୍ରୀ, ହରିଦ୍ୱାର, ପ୍ରୟାଗରାଜ, ଗଙ୍ଗା ସାଗର, ସୋନପୁର, ରାମେଶ୍ୱରମ୍ରୁ ଗଙ୍ଗା ଜଳ ଆସିଥିଲା । ଏଥିସହ ସିନ୍ଧୁ, ନର୍ମଦା, ନାରାୟଣୀ, କାବେରୀ, ଗଣ୍ଡକ ନଦୀମାନଙ୍କର ଜଳରେ ମଧ୍ୟ ଜଳାଭିଷେକ ହେଲା । ମନ୍ଦିର ସଜାଇବା ଲାଗି କାମ୍ବୋଡ଼ିଆ ଓ କୋଲକାତାରୁ ଫୁଲ ଆସିଥିଲା । ଶିବଲିଙ୍ଗରେ ଅର୍ପଣ ଲାଗି ୧୮ ଫୁଟର ସ୍ୱତନ୍ତ୍ର ମାଳା ପ୍ରସ୍ତୁତ ହୋଇଥିଲା, ସେଥିରେ ଫୁଲ ସହିତ ଭାଙ୍ଗ, ଗଞ୍ଜେଇ ଓ ବେଲପତ୍ର ମିଶାଯାଇଥିଲା । ୧୭ ଜାନୁଆରୀ ମାଘ କୃଷ୍ଣ ଚତୁର୍ଦ୍ଦଶୀ ତିଥି ଥିଲା । ବିଶ୍ୱାସ ରହିଛି, ଏହି ଦିନ ଶିବଲିଙ୍ଗର ଉତ୍ପତ୍ତି ହୋଇଥିଲା ଏବଂ ଭଗବାନ ଶିବଙ୍କ ଲିଙ୍ଗ ରୂପେ ପୂଜା ହୋଇଥିଲା । ଏହି ଦିନର ମହତ୍ୱ ଶିବରାତ୍ରି ସହ ସମାନ ବୋଲି କୁହାଯାଏ । ସେଥିପାଇଁ ଶିବଲିଙ୍ଗ ସ୍ଥାପନା ଲାଗି ଏହି ଦିନକୁ ଚୟନ କରାଗଲା ।

ଶିବଲିଙ୍ଗ ସ୍ଥାପନା ଲାଗି ରାଜସ୍ଥାନ ଓ ଭୋପାଳରୁ ଦୁଇଟି କ୍ରେନ୍ ଆସିଥିଲା । ତାମିଲନାଡୁର ମହାବଳୀପୁରମ୍ରେ କାରିଗରମାନେ ୧୦ ବର୍ଷରେ ଶିବଲିଙ୍ଗ ପ୍ରସ୍ତୁତ କରିଛନ୍ତି । ଏଥିରେ ପାରମ୍ପରିକ ଦକ୍ଷିଣ ଭାରତୀୟ କାରୁକାର୍ଯ୍ୟର ଝଲକ୍ ରହିଛି । ନିର୍ମାଣରେ ୩ କୋଟି ଖର୍ଚ୍ଚ ହୋଇଛି । ଗତ ୨୧ ନଭେମ୍ବରରେ ମହାବଳୀପୁରମ୍ରୁ ଶିବଲିଙ୍ଗ ସହିତ ବିହାର ଅଭିମୁଖେ ଯାତ୍ରା ଆରମ୍ଭ ହୋଇଥିଲା । ୨୧୭୮ କିମିର ଲମ୍ବା ଯାତ୍ରା ପରେ ଚଳିତ ମାସ ୬ ତାରିଖରେ ଏହା ମୋତିହାରୀରେ ପହଞ୍ଚିଲା । ବିରାଟ ରାମାୟଣ ମନ୍ଦିର ବିଶ୍ୱର ସବୁଠୁ ବଡ଼ ରାମାୟଣ ମନ୍ଦିର ହେବ, ଯାହାର ଲମ୍ବା ୧୦୮୦ ଫୁଟ ଓ ଚଉଡ଼ା ୫୪୦ ଫୁଟ । ଏଥିରେ ୧୮ ଶିଖର ଓ ୨୨ ମନ୍ଦିର ରହିବ, ମୁଖ୍ୟ ଶିଖର ୨୭୦ ଫୁଟ ଉଚ୍ଚ ହେବ । ମହାବୀର ମନ୍ଦିର ନ୍ୟାସ ଦ୍ୱାରା ନିର୍ମାଣାଧୀନ ଏହି ମନ୍ଦିର ୨୦୩୦ ସୁଦ୍ଧା ସମ୍ପନ୍ନ ହେବ ବୋଲି ଆଶା କରାଯାଉଛି ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ଆକ୍ସନ୍ ମୋଡ୍‌ରେ ଅନୁଗୁଳ ପୁଲିସ, ୬୦ କେଜି ବମ ସହ ବିସ୍ଫୋରକ ସାମଗ୍ରୀ ଜବତ
  • ୨୫ରେ ମାଘ ସପ୍ତମୀ ବୁଡ଼: ଅର୍କକ୍ଷେତ୍ରକୁ ଛୁଟି ଆସିବେ ଶ୍ରଦ୍ଧାଳୁ, ଜଗିବେ ୩୪ ପ୍ଲାଟୁନ୍‌ ଫୋର୍ସ
  • ରାତି ୮ଟା ୩ ମିନିଟ୍, ୭ ସେକେଣ୍ଡରେ ଶ୍ମଶାନରେ ପରିଣତ ହେବ ଜନବସତି
  • ବିଶ୍ୱର ସବୁଠୁ ବଡ଼ ଶିବଲିଙ୍ଗ, ବାରାଣସୀ-ଅଯୋଧ୍ୟା ପଣ୍ଡିତଙ୍କ ଦ୍ୱାରା ସ୍ଥାପିତ
  • ପୁଣି ଉପରମୁହାଁ ବାୟୁ ପ୍ରଦୂଷଣ, ଗ୍ରାପ୍‌-୪ ଲାଗୁ, ସମସ୍ତ ନିର୍ମାଣ କାମ ବନ୍ଦ

Recent Comments

No comments to show.

Calender

January 2026
M T W T F S S
 1234
567891011
12131415161718
19202122232425
262728293031  
« Dec    

Categories

  • Uncategorized (104)
  • ଅପରାଧ (198)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (52)
  • ଦେଶ ବିଦେଶ (470)
  • ଭିଡିଓ (8)
  • ମନୋରଞ୍ଜନ (39)
  • ରାଜନୀତି (114)
  • ରାଜ୍ୟ (1,514)
  • ସ୍ପେଶାଲ୍ ରିପୋର୍ଟ (266)
©2026 JBR Samachar | Design: Newspaperly WordPress Theme