Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ବିଶ୍ୱର ସବୁଠୁ ଥଣ୍ଡା ସ୍ଥାନ, ପାରଦ -୫୬ ଡିଗ୍ରୀ

Posted on December 27, 2025

ରୁଷ୍‌ର ୟାକୁତିଆରେ ଥଣ୍ଡା ରେକର୍ଡ ଭାଙ୍ଗିଛି । ଏଠାରେ ତାପମାତ୍ରା ବିଯୁକ୍ତ ୫୬ ଡିଗ୍ରୀ ସେଲ୍‌ସିୟସ୍‌କୁ ଖସିଛି, ଯାହା ବର୍ତ୍ତମାନ ପୃଥିବୀର ସବୁଠୁ କମ୍ ତାପମାତ୍ରା । ଏଭଳି ଥଣ୍ଡାରେ ଖୋଲା ସ୍ଥାନରେ ମାତ୍ର କିଛି ମିନିଟ୍‌ରେ ଶରୀର ଜଡ଼ ହେବାର ଆଶଙ୍କା ରହିଛି । ୟାକୁତିଆର ଟିକସୀ ଗାଁରେ ଗତ ୩ ଦିନ ହେଲା ଭୀଷଣ ବରଫ ଝଡ଼ ହେଉଛି । ଚତୁର୍ଦ୍ଦିଗ ବରଫ ହିଁ ବରଫ । ଦ୍ରୁତ ପବନ ସାଙ୍ଗକୁ ବରଫ ମାଡ଼ ଲୋକଙ୍କୁ ଘରୁ ବାହାରିବାକୁ ଦେଉନାହିଁ । ସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଶାସନ ସମସ୍ତ ସ୍କୁଲ ବନ୍ଦ କରିଦେଇଛି ।

ଲଗାତାର ବରଫପାତ ଯୋଗୁ ଅନେକ ଲୋକଙ୍କ ଘରର ମୁଖ୍ୟ ଦ୍ୱାର ବରଫରେ ଜମିଯାଇଛି । କିଛି ସ୍ଥାନରେ ବରଫ ଏତେ ମାତ୍ରାରେ ଜମା ହୋଇଛି ଯେ ଲୋକେ ଘରୁ ବାହାରି ପାରୁନାହାନ୍ତି । ଆବଶ୍ୟକ ଜିନିଷ ଆଣିବା ମଧ୍ୟ ଲୋକଙ୍କ ପାଇଁ ସମ୍ଭବ ହେଉନାହିଁ । ପାଣିପାଗ ବିଭାଗ ଚେତାବନୀ ଦେଇଛି, ଆଗାମି ଦିନରେ ଥଣ୍ଡା ଆହୁରି ବଢ଼ିପାରେ । ତାପମାତ୍ରା ବିଯୁକ୍ତ ୬୦ ଡିଗ୍ରୀ ସେଲ୍‌ସିୟସ୍‌ରେ ପହଞ୍ଚିପାରେ । ପ୍ରଶାସନ ସ୍ଥିତି ଉପରେ ନଜର ରଖିଛି ଏବଂ ଆବଶ୍ୟକ ହେଲେ ସାହାଯ୍ୟ ପହଞ୍ଚାଇବା ଲାଗି ପ୍ରସ୍ତୁତି ଚଳାଇଛି । ଗୁଜବ ଉପରେ ଧ୍ୟାନ ନ ଦେଇ ପ୍ରଶାସନର ନିର୍ଦ୍ଦେଶ ପାଳନ କରିବାକୁ ସରକାର ଅପିଲ କରିଛନ୍ତି ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme