Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ବିବାହିତା ସାନ ଭଉଣୀଙ୍କ ପ୍ରେମିକକୁ ପିଟି ପିଟି ହତ୍ୟା , ୪ ଅଭିଯୁକ୍ତ ଗିରଫ

Posted on November 14, 2025

ବିବାହିତା ସାନ ଭଉଣୀକୁ ଭଲ ପାଉଥିଲେ । ଭଉଣୀର ପ୍ରେମିକାକୁ ମେଳାକୁ ଡାକି ଘର ଭିତରେ ସଙ୍ଗବଦ୍ଧ ଭାବେ ପିଟି ପିଟି ହତ୍ୟା । ଭଦ୍ରକ ଜିଲ୍ଲା ଧାମନଗର ଥାନା ଅଞ୍ଚଳରେ ଏମିତି ଘଟଣା ଘଟିଛି । ମୃତକ ଚାନ୍ଦବାଲି ଥାନା ଅଞ୍ଚଳର ସଞ୍ଜୟ ରାଉତ ବୋଲି ସୂଚନା ମିଳିଛି । ଥାନାରେ ଦୁଇ ଜଣ ଅଟକ ରହିଛନ୍ତି ।
ସୂଚନାଯୋଗ୍ୟ ଯେ, ଭଦ୍ରକ ଜିଲ୍ଲା ଧାମନଗର ଥାନା ଅଞ୍ଚଳରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ବିବାହିତା ସାନ ଭଉଣୀର ପ୍ରେମିକକୁ ଡାକି ଘରେ ନିସ୍ତୁକ ମାଡ଼ ମାରିଛନ୍ତି ମହିଳା ଓ ଭଉଣୀ ଜ୍ବାଇଁଙ୍କ ପରିବାର ଲୋକେ । ଆକ୍ରମଣରେ ପ୍ରେମିକଙ୍କ ମୃତ୍ୟୁ ହୋଇଛି । ଉତ୍ତେଇପୁରର ମଦନ ପାତ୍ର ପତ୍ନୀଙ୍କ ତାଙ୍କ ସାନ ଭଉଣୀଙ୍କୁ ତାଙ୍କ ପୂର୍ବତନ ପ୍ରେମିକା ସେହି ଚାନ୍ଦବାଲି ବ୍ଲକ୍ ତେନ୍ତୁଲିଡିହ ପଞ୍ଚାୟତ ବଇଁଚା ଗାଁର ଯୁବକ ସଞ୍ଜୟ ରାଉତ ଦୀର୍ଘ ବର୍ଷ ଧରି ପ୍ରେମ କରି ଆସୁଥିଲେ । ଏପରିକି ସେ ବିବାହ କଲା ପରେ ବି ସଞ୍ଜୟ ତାଙ୍କ ପିଛା ଛାଡ଼ି ନଥିଲେ । ବାରମ୍ବାର ଫୋନ୍ କରିବା ସହ ହଇରାଣ ହରକତ କରୁଥିଲେ । ଏଥିରେ ଅସହ୍ୟ ହୋଇ ସେ ନିଜର ବଡ଼ ଭଉଣୀଙ୍କୁ ଜଣାଇଥିଲେ । ଉତ୍ତେଇପୁର ନିକଟ ମାନଲାପୁରରେ ରାସ ପୂର୍ଣ୍ଣିମା ଅବସରରେ ମେଳା ଚାଲିଥିବାରୁ ମହିଳା ଜଣଙ୍କ ନିଜ ଭଉଣୀଙ୍କ ଜରିଆରେ ସଞ୍ଜୟଙ୍କୁ ଡ଼କାଇଥିଲେ । ସଞ୍ଜୟ ପହଞ୍ଚିବା ପରେ ତାଙ୍କୁ ଗୋଟେ ଘର ଭିତରେ ଭର୍ତ୍ତି କରି ସଂପୃକ୍ତ ମହିଳା, ସାନ ଭଉଣୀଙ୍କ ସ୍ବାମୀ ରମାକାନ୍ତ, ତାଙ୍କ ଭାଇ ପ୍ରଶାନ୍ତ, ପ୍ରିୟବ୍ରତ ଓ ସାଙ୍ଗ ମିଶିକି ଅମାନୁଷିକ ଭାବେ ପିଟି ଚାଲିଥିଲେ । ଏଥିରେ ସଞ୍ଜୟ ଗୁରୁତର ଆହତ ହୋଇଥିଲେ । ସଞ୍ଜୟଙ୍କ ଚିତ୍କାର ଓ ହୋହଲ୍ଲା ଶବ୍ଦ ଶୁଣି ଗାଁ ଲୋକେ ପୋଲିସକୁ ଖବର ଦେଇଥିଲେ । ପୋଲିସ ସଞ୍ଜୟଙ୍କୁ ଉଦ୍ଧାର କରି ପ୍ରଥମେ ଧାମନଗର ଓ ପରେ ଭଦ୍ରକ ମେଡିକାଲକୁ ସ୍ଥାନାନ୍ତର କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ତେବେ ଘଟଣାରେ ମହିଳାଙ୍କ ସ୍ବାମୀ ଓ ଭାଇଙ୍କ ସହ ୪ ଜଣଙ୍କୁ ପୋଲିସ ଅଟକ ରଖିଥିବା ବେଳେ ଅନ୍ୟ ଅଭିଯୁକ୍ତଙ୍କୁ ଖୋଜିବା ଆରମ୍ଭ କରିଛି ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme