ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା କୁଆଳୋ ଗାଁ ଯାତ୍ରା ପଡିଆ ନିକଟରୁ ଜଣେ ଗଞ୍ଜେଇ ମାଫିଆକୁ ଗିରଫ କରିଛି ଅବକାରୀ ଟିମ। ଗିରଫ ଅଭିଯୁକ୍ତ କୁଆଳୋ ଗାଁର ଗିରିଶ ସାହୁ। ଗିରିଶଙ୍କ ଠାରୁ ୨୧ କିଲୋ ୭୫୦ ଗ୍ରାମର ଗଞ୍ଜେଇ ଜବତ କରାଯାଇଛି। ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୨ ଲକ୍ଷ ୧୮ ହଜାର ଟଙ୍କା ହେବ ବୋଲି ଅବକାରୀ ସୂତ୍ରରୁ ପ୍ରକାଶ।ଏଥିସହିତ ଗୋଟିଏ ବାଇକକୁ ମଧ୍ୟ ଜବତ କରାଯାଇଛି। ବିଶେଷ ସୂତ୍ରରୁ ଖବର ପାଇ କାମାକ୍ଷାନଗର ଓ ପରଜଙ୍ଗ ଅବକାରୀ ଟିମ ମିଳିତ ଭାବେ ଚଢ଼ାଉ କରି ଗଞ୍ଜେଇ ମାଫିଆକୁ ଗିରଫ କରିଥିଲେ। ତେବେ ମାଫିଆ ଜଣଙ୍କ ଦୀର୍ଘ ଦିନ ହେବ ବୌଦ୍ଧରୁ ଗଞ୍ଜେଇ ଆଣି ଢେଙ୍କାନାଳର ବିଭିନ୍ନ ସ୍ଥାନକୁ ଚାଲାଣ କରୁଥିଲେ। ଏ ନେଇ ଅଭିଯୁକ୍ତକୁ ଗିରଫ ପରେ ତଦନ୍ତ ଆରମ୍ଭ କରି ଦେଇଛି ଅବକାରୀ ବିଭାଗ।
