Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ବିପୁଳ ପରିମାଣର ବିଦେଶୀ ମଦ ଏବଂ ମଦ ତିଆରି ସାମଗ୍ରୀ ସହ ମେସିନ ଜବତ।

Posted on October 27, 2025

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଖଣ୍ଡ ପରଜଙ୍ଗ ଥାନା କଟରାପଡା ଗାଁରୁ ନକଲି ବିଦେଶୀ ମଦ କାରଖାନା ଠାବ ହୋଇଛି । ପ୍ରାୟ ୩୦ ଲକ୍ଷ ଟଙ୍କାର ମଦ ତିଆରି ମେସିନ, ୩୫୦ ଲିଟର ସ୍ପିରିଟ, ବିଭିନ୍ନ ବ୍ରାଣ୍ଡେଡର ନକଲି ବିଦେଶୀ ମଦ, କାରମେଲ, ଲେବୁଲ ଷ୍ଟିକର,କ୍ୟାପ ସହ ସାମଗ୍ରୀ ଜବତ କରିଛି ଅବକାରୀ ଟିମ। ପରଜଙ୍ଗ, କାମାକ୍ଷାନଗର ଓ ଭୁବନ ଅବକାରୀ ଟିମର ମିଳିତ ଚଢ଼ାଉ କରାଯାଇଥିଲା। ଏଥିରେ ସମ୍ପୃକ୍ତ ଜଣେ ମହିଳାଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତ କନ୍ଦରସିଂହା ପଞ୍ଚାୟତ ଅନ୍ତର୍ଗତ କଟରାପଡା ଗାଁର ପଦ୍ମିନୀ ନାଏକ। ପଦ୍ମିନୀଙ୍କ ସ୍ୱାମୀ ଫେରାର ଥିବା ଜଣାପଡିଛି। ତେବେ ଦୀର୍ଘ ଦିନ ଧରି ଏକ ଘର ଭିତରେ ବ୍ୟାପକ ପରିମାଣର ନକଲି ବିଦେଶୀ ବ୍ରାଣ୍ଡେଡ ମଦ ତିଆରି କରାଯାଉଥିଲା। ଏହି ମଦ ଗୁଡିକ କେଉଁ ଅଞ୍ଚଳକୁ ଚାଲାଣ କରାଯାଉଥିଲା ତାହା ଅସ୍ପଷ୍ଟ ରହିଛି। ତେବେ ଖୁବଶୀଘ୍ର ମଦ କାରଖାନାର ଗୁମର ଖୋଲିବ ବୋଲି ଅବକାରୀ ସୂତ୍ରରୁ ଖବର ମିଳିଛି।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme