ରାଉରକେଲା : ଗତକାଲି ଅପରାହ୍ନ ଚାରିଟା ରେ ରାଏବଗା ଥାନ ଅନ୍ତର୍ଗତ କାଦୋବାହାଲ ଓଡି ୧୪ଏବି ୪୪୭୧ଏକ ବାଇକ ରେ କାନ୍ତିଆ ଲାଲ ସୋରେନ ଓ ସୁବର୍ଣ୍ଣ ଡାଙ୍ଗ ନିଜ ଗ୍ରାମ ବରଟୋଲୀ କୁ ଫେରୁଥିବା ବେଳେ ଭାରସମ୍ୟ ହରାଇ ଏକ ବିଦୂତଖୁଣ୍ଟ କୁ ଧକା ଦେଇଥିଲେ l ଫଳ ରେ ବାଇକ ପଛରେ ବସିଥିବା ସୁବ୍ରଣ୍ଣ ଡାଙ୍ଗ (୩୫)ଚିଟିକି ପଡି ପ୍ରାୟ ଦଶ ମିଟର ଦୂରରେ ଥିବା ଏକ ପଥର ପିଟି ହୋଇଜାଇଥିଲେ ଖବର ପାଇ ରାଏବଗା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇ ଜଣଙ୍କୁ ରାଏବଗା ଡାକ୍ତରଖାନ ନେଇଥିଲେ ସେଠାରେ ସୁବର୍ଣ୍ଣ ଡାଙ୍ଗକୁ ମୃତ ଘୋଷଣା କରିଥିଲେ ଓ ଗୁରୁତର ଆହତ ଥିବା କାନ୍ତିଆ ଲାଲ ସୋରେନଙ୍କୁ ପ୍ରାଥମିକ ଚିକିତ୍ସା କରି ରାଉରକେଲା ସରକାରୀ ଡାକ୍ତରଖାନ ପଠେଇ ଦେଇଥିଲେ l ରାଏବଗା ପୋଲିସ ସବଜବତ କରି ଆଜି ପୋଷ୍ଟମଟମ କରି ପରିବାର ଙ୍କୁ ହସ୍ତାନ୍ତର କରିଥିଲେ l ରାଏବଗା ଥାନ କେସ ନମ୍ବର ୨୧୧/୨୯/୨୫ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣା ର ତଦନ୍ତ କରୁଥିବା ପୋଲିସ ସୂତ୍ରରୁ ପ୍ରକାଶ l
