
ତାମିଲନାଡୁର କରୁର ଜିଲ୍ଲାରେ ଅଭିନେତା ବିଜୟଙ୍କ ରାଲି ସମୟରେ ଘଟିଥିବା ଦଳାଚକଟା ଘଟଣା ନେଇ ଆଜି ସୁପ୍ରିମକୋର୍ଟରେ ଗୁରୁତ୍ୱପୂର୍ଣ୍ଣ ଶୁଣାଣି ହେବ। ଏହି ଘଟଣାରେ ୪୧ ଜଣଙ୍କ ଜୀବନ ହାରିଥିଲେ l
ଟିଭିକେ ସମ୍ପାଦକ ଆଧବ ଅର୍ଜୁନ ଦାୟର କରିଥିବା ପିଟିସନ ଆଧାରରେ ସିଜେଆଇ ଜଷ୍ଟିସ ବି.ଆର. ଗଭାଇ ଓ ଜଷ୍ଟିସ କେ. ବିନୋଦ ଚନ୍ଦ୍ରନଙ୍କ ଖଣ୍ଡପୀଠ ଆଜି ଶୁଣାଣି କରିବେ।
ଆବେଦନରେ ଘଟଣା ତଦନ୍ତକୁ ସୁପ୍ରିମକୋର୍ଟର ମନିଟରିଂ ତଳେ କରିବା ଓ ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେବା ଦାବି ହୋଇଛି। ମାଡ୍ରାସ ହାଇକୋର୍ଟ ପୂର୍ବରୁ ଏସଆଇଟି ଗଠନ ପାଇଁ ଆଇଜିପିଙ୍କ ନେତୃତ୍ୱରେ ନିର୍ଦ୍ଦେଶ ଦେଇଥିଲେ
ଟିଭିକେ ପକ୍ଷରୁ ଦାବି ହେଉଛି, ଏହି ଦଳାଚକଟା ଘଟଣା ପଛରେ ଯୋଜନାବଦ୍ଧ ଷଡ଼ଯନ୍ତ୍ର ରହିଥାଇପାରେ।
