Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ବାୟୁ ହେଲା ବିଷାକ୍ତ; ଏକ୍ୟୁଆଇ ୪୦୦ ପାର୍‌, ଗ୍ରାପ-୨ ଲାଗୁ

Posted on October 20, 2025

ଆଲୋକର ପର୍ବ ଦୀପାବଳିରେ ରାଜଧାନୀ ଦିଲ୍ଲୀରେ ବିଷାକ୍ତ ବାୟୁ ପ୍ରଭାବିତ ହୋଇଛି । ଧୂଆଁ ଧୂଆଁ ହୋଇଛି ଦିଲ୍ଲୀ । ଏକ୍ୟୁଆଇ ପ୍ରାୟ ୪୦୦ ପାର୍ କରିଛି । ଲୋକମାନଙ୍କୁ ନିଶ୍ୱାସ ନେବାରେ କଷ୍ଟ ହୋଇଛି । ପ୍ରଦୂଷଣର ସ୍ତର ଏତେ ବଢି ଯାଇଛି ଯେ ବାୟୁ ଗୁଣବତ୍ତା ଆୟୋଗ ଅର୍ଥାତ ସିଏକ୍ୟୁଏମ୍‌ ଗ୍ରାପ୍‌ ୨ ଆଧାରରେ ୧୨ ସୁତ୍ରୀ ଆକ୍ସନ୍‌ ପ୍ଲାନ୍ ଲାଗୁ କରିଛନ୍ତି ।  ପାଗ ଏବଂ ପବନର ସ୍ଥିତି ସମୀକ୍ଷା ପରେ ଗ୍ରାପ-୧ ଲାଗୁ କରିବାକୁ ନିଷ୍ପତ୍ତି ହୋଇଥିଲା ।

କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି) ରିପୋର୍ଟ ଅନୁସାରେ ଆଜି ଦିଲ୍ଲୀ ଏୟାର କ୍ୱାଲିଟି ‘ଖରାପ’ ରହିଛି । ଦିଲ୍ଲୀ ଏନ୍‌ସିଆର୍‌ର ଆନନ୍ଦ ବିହାରରେ ବାୟୁ ଗୁଣବତ୍ତା ସୂଚକାଙ୍କ ସବୁଠୁ ଖରାପ ଅଛି । ଆନନ୍ଦ ବିହାରରେ ଏକ୍ୟୁଆଇ ୪୧୭ ରେକର୍ଡ ହୋଇଛି । ଯାହା ଏହି ଅଞ୍ଚଳକୁ ସର୍ବାଧିକ ପ୍ରଦୂଷିତ କରିଛି । ବିଜୟ ନଗର (ଗାଜଆବାଦ) ଏକ୍ୟୁଆଇ ୩୪୮, ଏବଂ ନୋଏଡ଼ାରେ ୩୪୧ ରେକର୍ଡ ହୋଇଛି । ସେହିପରି ନୋଏଡା ସେକ୍ଟର ୧ରେ ୩୪୪ ରହିଥିବା ବେଳେ ଆନନ୍ଦ ବିହାରରେ ସ୍ଥିତି ଚିନ୍ତାଜନକ ରହିଛି । ରବିବାର ସନ୍ଧ୍ୟାରେ ଏକ୍ୟୁଆଇ ୩୦୦ ଥିଲା ରାତି ୭ଟା ସୁଦ୍ଧା ୩୦୨ରେ ପହଞ୍ଚିଥିଲା ଯାହା ବହୁତ ଖରାପ ଶ୍ରେଣୀରେ ଆସୁଛି । ବର୍ତ୍ତମାନ ଏନ୍‌ସିଆରରେ ଗ୍ରାପ ଷ୍ଟେଜ-୨ ଅଧୀନରେ ସବୁ ପଦକ୍ଷେପ ତୁରନ୍ତ ଲାଗୁ ହେବ । ୧୨ ସୁତ୍ରୀ ଆକ୍ସନ ପ୍ଲାନ ଅନୁସାରେ, ରାସ୍ତା ସଫା, ଧୂଳି ନୟନ୍ତ୍ରଣ, ନିର୍ମାଣସ୍ଥଳର ଯାଞ୍ଚ, ହଟ୍‌ସ୍ପଟ ଅଞ୍ଚଳରେ କାର୍ଯ୍ୟାନୁଷ୍ଠାନ, ନିରନ୍ତର ବିଦ୍ୟୁତ୍ ଯୋଗାଣ, ଡିଜି ସେଟ୍ ନିୟନ୍ତ୍ରଣ ଏବଂ ଜନସଚେତନା ଅଭିଯାନ ଜାରି ରହିବ ।

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଦୀପାବଳିରେ କେବଳ ସବୁଜ ବାଣ ଫୁଟାଇବାକୁ ରାଜଧାନୀବାସୀଙ୍କୁ ଆହ୍ୱାନ କରିଛନ୍ତି । ଦିଲ୍ଲୀକୁ ପ୍ରଦୂଷଣରୁ ରକ୍ଷା କରିବାକୁ ଲୋକଙ୍କୁ ଅନୁରୋଧ କରିଛନ୍ତି । ଦୀପ ଜାଳି, ରଙ୍ଗୋଲି ପକାଇ ଏବଂ ମିଠା ବାଣ୍ଟି ପାରମ୍ପରିକ ଆକାରରେ ଏହି ପର୍ବ ପାଳନ କରିବାକୁ ଲୋକଙ୍କୁ  ଅପିଲ୍‌ କରିଛନ୍ତି। ଆଲୋକର ପର୍ବ ଦୀପାବଳି ଶାନ୍ତି ଏବଂ ସୌହାର୍ଦ୍ଦ୍ୟର ପରିବେଶରେ ପାଳନ କରାଯିବା ଉଚିତ୍‌ ବୋଲି କହିଛନ୍ତି ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଚେତାବନୀ: ସମ୍ପତ୍ତି ଘୋଷଣା ନକଲେ ପଦୋନ୍ନତି ବାତିଲ୍
  • ତାଳଚେର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ଶୂନ୍ୟ ମୃତାହତ ପକ୍ଷ ପାଳନ
  • ସୁନା ଦର ସ୍ଥିର, ଜାଣନ୍ତୁ ଆଜିର ଦାମ୍
  • କାର୍ଯ୍ୟରେ ଅବହେଳା: ୩୬ ଅଧିକାରୀଙ୍କ ଦରମା ବନ୍ଦ କଲେ କଟକ ଜିଲ୍ଲାପାଳ
  • ଭଦ୍ରକ ବିଜେଡିରେ ବଡ଼ ଝଟକା: ଗୋଟିଏ ଦିନରେ ୩ ବ୍ଲକ୍ ଅଧ୍ୟକ୍ଷଙ୍କ ଇସ୍ତଫା, ଭାଙ୍ଗୁଛି ଗଡ଼

Recent Comments

No comments to show.

Calender

December 2025
M T W T F S S
1234567
891011121314
15161718192021
22232425262728
293031  
« Nov    

Categories

  • Uncategorized (76)
  • ଅପରାଧ (153)
  • ଏକ୍ସକ୍ଲୁସିଭ୍ (21)
  • ଖେଳ (33)
  • ଦେଶ ବିଦେଶ (281)
  • ଭିଡିଓ (6)
  • ମନୋରଞ୍ଜନ (24)
  • ରାଜନୀତି (58)
  • ରାଜ୍ୟ (900)
  • ସ୍ପେଶାଲ୍ ରିପୋର୍ଟ (150)
©2025 JBR Samachar | Design: Newspaperly WordPress Theme